୧୦ଟଙ୍କିଆ ମୁଦ୍ରାକୁ ନେଇ ଚିନ୍ତାରେ ଅଛନ୍ତି କି ? ଆରବିଆଇ ଜାରିକରିଥିବା ଗାଇଡ଼ଲାଇନ୍ ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ

48

କନକ ବ୍ୟୁରୋ : ୧୦ ଟଙ୍କିଆ ମୁଦ୍ରାକୁ ଏନେଇ ଏବେ ବି ଲୋକଙ୍କ ମନରେ ଭୁଲ ଧାରଣା ବସା ବାନ୍ଧି ରହିଛି । ଅନେକ ସମୟରେ ଦେଖିବା ପାଇଁ ମିଳୁଛି ଲୋକେ ୧୦ ଟଙ୍କିଆ ନେବା ପାଇଁ ମନାକରୁଛନ୍ତି । ମୋଦି ସରକାରଙ୍କ ବିମୁଦ୍ରାକରଣ ପରେ ଲୋକଙ୍କ ମନରେ ଏପରି ଏକ ଭ୍ରାନ୍ତ ଧାରଣା ତଥା ଭୟ ସୃଷ୍ଟି ହୋଇଛି । କାଳେ କେତେବେଳ ଏହି ମୁଦ୍ରା ପ୍ରଚଳନ ବନ୍ଦ ହୋଇଯିବ କିମ୍ବା ଅଚଳ ହେବା ଭୟରେ ଲୋକେ ୧୦ ଟଙ୍କିଆ ନେବା ପାଇଁ ମନା କରିଦେଉଛନ୍ତି । ବଜାରରରେ ପ୍ରଚଳିତ ୧୦ ଟଙ୍କିଆ ମୁଦ୍ରାକୁ ନେବାପାଇଁ କିଛି ଦୋକାନୀ, ଅଟୋ ଚଳାକ ତଥା କିଛି ଗ୍ରାହକ ଅମଙ୍ଗ ହେଉଥିବାର ଦେଖାଯାଉଛି । ସୀମିତ ଜ୍ଞାନ ଥିବା କିଛି ବ୍ୟକ୍ତି ଅଯଥାରେ ଏପରି ସନ୍ଦେହ ସୃଷ୍ଟି କରାଉଛନ୍ତି, ଯାହା ବିଲକୁଲ ଭିତ୍ତିହୀନ । ଯାହାଦ୍ୱାରା ମୁଦ୍ରାଗୁଡ଼ିିକ ପ୍ରଚଳନରେ ବାଧା ଉପୁଜୁଛି ।

ସୂଚନାଯୋଗ୍ୟ ୨୦୧୧ ଜୁଲାଇରୁ ରୁପି ଚିହ୍ନ ଥାଇ ମୁଦ୍ରା ପ୍ରଚଳନ ଆରମ୍ଭ ହୋଇଥିଲା । ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପ୍ରସାରଣ କରେ ଭାରତରେ ପ୍ରଚଳିତ ହେଉଥିବା ମୁଦ୍ରା । ତେବେ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ମୂଲ୍ୟମର୍ଗ ଏବଂ ଡି଼ଜାଇନର ମୁଦ୍ରା ପ୍ରସାରଣ କରାଯାଇଥାଏ । କିନ୍ତୁ ଏବେ ବଜାରରେ ଉବପବ୍ଧ ଥିବା କିଛି ଟଙ୍କାରେ ରୁପି ଚିହ୍ନ ଥିବା ବେଳେ କିଛି ମୁଦ୍ରାରେ ଏହି ଚିହ୍ନ ନାହିଁ ।

ଦୁଇ ପ୍ରକାର ମୁଦ୍ରା ଦେଖିବାକୁ ମିଳିଲେ ମଧ୍ୟ ଉଭୟଙ୍କ ବୈଧତା ସମାନ ସମସ୍ତ ମୁଦ୍ରା ଗୁଡିକ ସମସ୍ତ କାରବାର ନିମନ୍ତେ ଉପଯୁକ୍ତ । ତେବେ ଜନତାଙ୍କ ମନରୁ ଭ୍ରମ ଧାରଣା ଦୂର କିରବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଏପରି ଗୁଜବକୁ ବିଶ୍ୱାସ ନକରିବା ପାଇଁ ପରାମର୍ଶ ଦେଇଛନ୍ତି । ବର୍ତ୍ତମାନ ବଜାରରେ ଉପଲବ୍ଧ ସମସ୍ତ ପ୍ରକାର ୧୦ ଟଙ୍କିଆ ମୁଦ୍ରା ଗୁଡ଼ିକ । ବୈଧ ଓ ବିନା ଦ୍ୱିଧାରେ ଏହାକୁ ଗ୍ରହଣ କରିବା ପାଇଁ ଆରିବଆଇ କହିଛି । ଭାରତୀୟ ମୁଦ୍ରା ଅଧିନିୟମ ୨୦୧୧ ନିର୍ଦ୍ଦେଶାବଳୀ ଅନୁସାରେ ୧୦ ଟଙ୍କିଆ ଗୁଡ଼ିକୁ ଜମା ଆକାରରେ ଗ୍ରହଣ କରିବା ପାଇଁ ସମସ୍ତ ବ୍ୟାଙ୍କ ମାନଙ୍କୁ ନିର୍ଦ୍ଦେଶ ଦେଇଛି ଆରବିଆଇ ।