ଭାରତୀୟ ରିଜର୍ଭ ବ୍ୟାଙ୍କର ବଡ ନିଷ୍ପତି : ଜନ ଧନ ଆକାଉଂଟରୁ ଟଙ୍କା ଉଠାଣ ଉପରେ କଟକଣା

27

କନକ ବ୍ୟୁରୋ : ଟଙ୍କା ଉଠାଣ ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କର ବଡ ପଦକ୍ଷେପ । ବିଶେଷ କରି ଜନ ଧନ ଆକାଉଂଟରେ ଟଙ୍କା ଉଠାଣ ଲାଗି କଟକଣା ଜାରି କରିଛି ଆରବିଆଇ । ମାସକୁ ମାତ୍ର ଏହି ଆକାଉଂଟରୁ ୧୦ ହଜାର ଟଙ୍କା ଉଠାଇ ହେବ । ଯଦି ଆକାଉଂଟଧାରୀ ବ୍ୟାଙ୍କରେ କେୱାସି ଫର୍ମ ଦାଖଲ କରିନଥିବେ, ତେବେ ମାତ୍ର ୫୦୦୦ ଟଙ୍କା ଉଠାଇବାକୁ ଅନୁମତି ମିଳିବ । ମନି ଲଣ୍ଡରିଂ ବନ୍ଦ କରିବାକୁ ଆରବିଆଇ ଏହି ନିଷ୍ପତି ନେଇଛନ୍ତି ।

ନଭେମ୍ବର ୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫୦୦ ଓ ହଜାରେ ଟଙ୍କିଆ ନୋଟ ବନ୍ଦ ଘୋଷଣା ପରେ ଜନଧନ ଆକାଉଂଟରେ ଅପ୍ରତ୍ୟାଶିତ ଭାବେ ଟଙ୍କା ଜମା ବୃଦ୍ଧି ପାଇଥିଲା । କଳାଧନ ଠୁଳ କରିଥିବା ବ୍ୟକ୍ତି ଗରିବ ଲୋକଙ୍କ ଆକାଉଂଟରେ ଟଙ୍କା ଜମା କରୁଥିବା ଅଭିଯୋଗ ହୋଇଥିଲା । ଏହି ଆକାଉଂଟରେ କଳା ଟଙ୍କାକୁ ଧଳା କରିବାର ଉପାୟ ଅବଲମ୍ବନ କରୁଥିବାରୁ ଆରବିଆଇ ଏପରି ନିଷ୍ପତି ନେଇଛି ।