ଏଟିଏମରୁ ଟଙ୍କା ଉଠାଣ ଉପରେ ହଟିଲା କଟକଣା : ଆସନ୍ତା ୧ରୁ ନୂଆ ନିୟମ ଲାଗୁ ପାଇଁ ଆରବିଆଇର ନିର୍ଦ୍ଦେଶ

20

କନକ ବ୍ୟୁରୋ : ଏଟିଏମରୁ ଟଙ୍କା ଉଠାଣ ଉପରେ ଉଠିଲା କଟକଣା । ଏଣିକି କରେଂଟ୍ ଆକାଉଂଟରୁ ଏଟିଏମ୍ ଜରିଆରେ ଟଙ୍କା ଉଠାଇବା ନେଇ ଆଉ କୌଣସି ସୀମା ରହିବ ନାହିଁ । ଅର୍ଥାତ୍ ଜଣେ ଯେତିକି ଟଙ୍କା କରେଂଟ୍ ଆକାଉଂଟରୁ ଏଟିଏମ୍ ଜରିଆରେ ଉଠାଇବାକୁ ଚାହିଁବ ଉଠାଇପାରିବ । ଏହି ସୁବିଧା ଫେବୃୟାରୀ ୧ ତାରିଖରୁ ଲାଗୁ ହେବା ନେଇ ଆରବିଆଇ ପକ୍ଷରୁ ସୂଚନା ଦିଆଯାଇଛି ।

ସେହିପରି ସେଭିଙ୍ଗ ଆକାଉଂଟରୁ ଟଙ୍କା ଉଠାଣ ଉପରେ ଥିବା କଟକଣା ବଳବତ୍ତର ରହିବ । ଅର୍ଥାତ୍ ସପ୍ତାହକୁ ୨୪ ହଜାର ଟଙ୍କା ହିଁ ଉଠାଇ ହେବ । ତେବେ ଜଣେ ଗୋଟିଏ ଥରରେ ୨୪ ହଜାର ଟଙ୍କା ଉଠାଇ ପାରିବା ନେଇ ନିଷ୍ପତି ହୋଇଛି । ବର୍ତ୍ତମାନ ସେଭିଙ୍ଗ ଆକାଉଂଟରୁ ପ୍ରତିଦିନ ସର୍ବାଧିକ ୧୦ ହଜାର ଟଙ୍କା ଏବଂ ସପ୍ତାହକୁ ୨୪ ହଜାର ଟଙ୍କା ଉଠାଇବାର ବ୍ୟବସ୍ଥା ରହିଛି ।

ଫେବୃଆରୀ ୧ ତାରିଖରୁ ଗୋଟିଏ ଥରରେ ଏଟିଏମରୁ ୨୪ ହଜାର ଟଙ୍କା ଉଠାଇ ପାରିବେ ଗ୍ରାହକ । ଗତବର୍ଷ ନଭେମ୍ବର ୮ ତାରିଖରେ ସରକାର ଯେତେବେଳେ ୫ଶହ ଏବଂ ୨ ହଜାର ଟଙ୍କିଆ ନୋଟ୍ ବ୍ୟାନ୍ କରିବାର ନିଷ୍ପତି ନେଇଥିଲେ । ସେତେବେଳେ ପ୍ରଥମେ ଦୈନିକ ଉଠାଣ ସୀମା ୨ ହଜାର ଟଙ୍କା ଥିଲା । ପରେ ଏହା ଦୈନିକ ୨୫ଶହ ଏବଂ ସାଢେ ୪ ହଜାରକୁ ବୃଦ୍ଧି କରାଯାଇଥିଲା ।