ବଜାରକୁ ନୂଆ ୫୦୦ ଟଙ୍କିଆ ନୋଟ୍ ଛାଡିଲା ଆରବିଆଇ ! ନମ୍ବର ପ୍ୟାନେଲରେ ଯୋଡାଯିବ ଇଂରାଜୀ ଲେଟର ‘ଏ’

34

କନକ ବ୍ୟୁରୋ : ନୂଆ ୫୦୦ଟଙ୍କିଆ ନୋଟ୍ ଜାରି କରିବ ଭାରତୀୟ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ । ତେବେ ବର୍ତ୍ତମାନ ପ୍ରଚଳିତ ୫୦୦ଟଙ୍କିଆ ନୋଟ୍ ଅଚଳ ହେବନାହିଁ । ନୂଆ ନୋଟର ନମ୍ବର ପ୍ୟାନେଲରେ ଇଂରାଜୀ ଲେଟର ‘ଏ’ ଯୋଡାଯିବ । ବିମୁଦ୍ରାକରଣ ପରେ ଜାରି କରାଯାଇଥିବା ୫୦୦ଟଙ୍କିଆ ନୋଟକୁ କେବଳ ଏହି ଲେଟର ‘ଏ’ ହିଁ ଅଲଗା କରିବ ।

ବିମୁଦ୍ରାକରଣ ପରେ ଜାରି କରାଯାଇଥିବା ୫୦୦ଟଙ୍କିଆ ନୋଟରେ ଇଂରାଜୀ ଲେଟର ‘ଇ’ ରହିଛି । ଏବେ ଜାରି କରାଯିବାକୁ ଥିବା ନୂଆ ନୋଟରେ ଆରବିଆଇ ଗଭର୍ଣ୍ଣର ଉର୍ଜିତ ପଟେଲଙ୍କ ଦସ୍ତଖତ ରହିବ । କେବଳ ଏତିକି ନୁହେଁ ଏହି ନୂଆ ନୋଟର ଉଭୟ ପାର୍ଶ୍ୱରେ ସ୍ୱଚ୍ଛ ଭାରତ ଲୋଗୋ ପ୍ରିଂଟ କରାଯିବ ସହ ପ୍ରିଂଟି ବର୍ଷ ୨୦୧୭ ରହିବ । ଗତବର୍ଷ ନଭେମ୍ବର ୮ତାରିଖରେ ବିମୁଦ୍ରାକରଣ ପରେ ଉଭୟ ୫୦୦ ଓ ହଜାରେ ଟଙ୍କିଆ ନୋଟ୍ ଚଳିବ ନାହିଁ ବୋଲି ସରକାର ଘୋଷଣା କରିଥିଲେ  ।

ଦେଖନ୍ତୁ ଏହି ଭିଡିଓ –