ଆରବିଆଇରେ ନିଯୁକ୍ତି ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି ! ୫୨୬ ଅଫିସିଆଲ ଆଟେଣ୍ଡାଟ ପଦ ପାଇଁ କରିପାରିବେ ଆବେଦନ

47

ଭାରତୀୟ ରିର୍ଜଭ ବ୍ୟାଙ୍କରେ ଚାକିରି କରିବା ପାଇଁ ଇଚ୍ଚୁକ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସିଖବର । ଭାରତୀୟ ରିର୍ଜଭ ବ୍ୟାଙ୍କରେ ଅଫିସ ଆଟେଣ୍ଡାଣ୍ଟ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ପଦ ପାଇଁ ଇଚ୍ଛୁକ ଥିବା ଯୋଗ୍ୟ ପ୍ରାର୍ଥୀ ୭ ଡିସେମ୍ବର ୨୦୧୭ ସୁଦ୍ଧା ଭାରତୀୟ ରିର୍ଜଭ ବ୍ୟାଙ୍କର ଅଫିସିଆଲ ୱେବସାଇଟ www.rbi.org.inରେ ଆବେଦନ କରିପାରିବେ ।

images (1)ଭାରତୀୟ ରିର୍ଜଭ ବ୍ୟାଙ୍କର ମୋଟ ୫୨୬ଟି ଅଫିସିଆଲ ଆଟେଣ୍ଡାଟ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଅନଲାଇନ ମାଧ୍ୟମରେ ଏହି ପଦ ପାଇଁ ଆବେଦନ କରିବାକୁ ପଡିବ । ଏହି ପଦ ପାଇଁ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ମାନେ ଦେଶର ଯେକୌଣସି ସରକାରୀ ମାନ୍ୟତାପ୍ରାପ୍ତ ବିଦ୍ୟାଳୟରୁ ଦଶମ ଶ୍ରେଣୀରେ ପାସ କରିବା ଆବଶ୍ୟକ । ତେବେ ଗ୍ରାଜୁଏସନ କିମ୍ବା ତାହାଠାରୁ ଅଧିକ ପାଠ ପଢିଥିବା ଛାତ୍ରଛାତ୍ରୀ ମାନେ ଏହି ପଦ ପାଇଁ ଆବେଦନ କରିପାରିବେ ନାହିଁ । ୧୮ରୁ ୨୫ ବର୍ଷ ବୟସର ଛାତ୍ରଛାତ୍ରୀ ମାନେ ଏହି ପଦ ପାଇଁ ଆବେଦନ କରିପାରିବେ ।

ଚୟନ ପ୍ରକିୟା : ଏହି ପଦ ପାଇଁ ଛାତ୍ରଛାତ୍ରୀଙ୍କୁ ଅନଲାଇନ ପରୀକ୍ଷା ଦେବାକୁ ପଡିବ । ମୋଟ ୧୨୦ ମାର୍କର ଅନଲାଇନ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । Reasoning, General English, General Awareness, Numerical ability ଭଳି ୪ଟି ବିଷୟରେ ପରୀକ୍ଷା ଦେବାକୁ ପଡିବ । ତେବେ ଏହି ପରୀକ୍ଷାରେ ଭୂଲ ଉତ୍ତର ପାଇଁ ନେଗେଟିଭ ମାର୍କ ରହିଛି । ପ୍ରତି ୪ଟି ଭୂଲ ଉତ୍ତର ପାଇଁ ୧ ମାର୍କ କଟିବ । ୨୦୧୭ ଡିସେମ୍ବର କିମ୍ବା ୨୦୧୮ ଜାନୁଆରୀ ମଧ୍ୟରେ ଏହି ପଦ ପାଇଁ ଅନଲାଇନ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ଅଧିକ ସୂଚନା ପାଇଁ ଭାରତୀୟ ରିର୍ଜଭ ବ୍ୟାଙ୍କର ଅଫିସିଆଲ ୱେବସାଇଟ www.rbi.org.inରେ ଲଗଇନ କରି ସବିଶେଷ ତଥ୍ୟ ପାଇପାରିବେ ।