ଆର୍‌ବିଆଇରେ ଖୋଲିଲା ସ୍ୱତନ୍ତ୍ର ହେଲ୍‌ପ ଡେସ୍କ

28

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଅଚଳ ହୋଇ ଯାଇଥିବା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ ଆସନ୍ତାକାଲି ଠାରୁ ବ୍ୟାଙ୍କରେ ବଦଳାଇ ହେବ । ଏ ସଂକ୍ରାନ୍ତରେ ଲୋକମାନେ ଯଦି କୌଣସି ପ୍ରକାର ସମସ୍ୟା ବା ଅସୁବିଧାର ସମ୍ମୁଖୀନ ହୁଅନ୍ତି ସେମାନେ ଭାରତୀୟ ରିଜର୍ଭ ବ୍ୟାଙ୍କର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କାର୍ୟ୍ୟାଳୟରେ ଖୋଲା ଯାଇଥିବା ସ୍ୱତନ୍ତ୍ର ହେଲ୍‌ପ ଡେସ୍କ ସହ ଯୋଗାଯୋଗ କରିପାରିବେ ।

ଏହି ହେଲ୍‌ପ ଡେସ୍କ ପାଇଁ ଜଣେ ନୋଡାଲ ଅଫିସରଙ୍କୁ ନିଯୁକ୍ତି ଦିଆଯାଇଛି । ନୋଟ୍‌ ବଦଳାଇବା କିମ୍ବା ଜମା କରିବା ପାଇଁ ବ୍ୟାଙ୍କ ଗୁଡ଼ିକରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ତେବେ ନିଜ ଖାତା ବା ଆକାଉଣ୍ଟ ଥିବା ବ୍ୟାଙ୍କ ଶାଖାରେ ଟଙ୍କା ଜମା କରିବା ପାଇଁ ଯିବା ପୂର୍ବରୁ ନିଜର ବୈଧ ପରିଚୟପତ୍ର ନେବାକୁ ଭୁଲିବେ ନାହିଁ ।