ଆପଣଙ୍କ ପକେଟରେ ୫୦୦/୨୦୦୦ ଟଙ୍କିଆ ନୋଟ୍ ଅଛି କି ? ନୋଟ୍ ଅସଲି କି ନକଲି ଜାଣନ୍ତୁ କିପରି କରିବେ ଚିହ୍ନଟ

59

ଦେଶରେ ଦିନକୁ ଦିନ ନକଲି ନୋଟ୍ କାରବାର ବଢ଼ିବାରେ ଲାଗିଛି । ବିଭିନ୍ନ ସ୍ଥାନରେ ନକଲି ନୋଟ କାରଖାନା ମଧ୍ୟ ଠାବ ହେଉଛି । ପୋଲିସର ଶତଚେଷ୍ଟା ସତ୍ୱେ ନକଲି ନୋଟ ରାକେଟ ବନ୍ଦ ହୋଇପାରୁନାହିଁ । ନକଲି ନୋଟକୁ ନେଇ ସବୁବେଳେ ଲୋକମାନଙ୍କ ମଧ୍ୟରେ ଭୟ ରହିଥାଏ । ଆଜକାଲି ବେଳେବେଳ ଏଟିଏମରୁ ମଧ୍ୟ ନକଲି ନୋଟ ବାହାରିବାର ଖବର ଶୁଣିବା ପାଇଁ ମିଳୁଛି । ତେବେ ଆପଣଙ୍କ ପାଖରେ ୨୦୦୦ କିମ୍ବା ୫୦୦ ର ନୋଟ୍ ଥିଲେ କିପରି ଜାଣିବେ ତାହା ନକଲି ନା ଅସଲି । ତେବେ ନକଲି ନୋଟ ଚିହ୍ୱିବା ପାଇଁ ଚତ୍ପିଗଡ଼ରେ ଏକ ବୈଠକରେ ତଥ୍ୟ ଦିଆଯାଇଥିଲା । ଆରବିଆଇ ଅନୁସାରେ ନକଲି ନୋଟକୁ ଅଲସିଲେ ପରିବର୍ତ୍ତନ କରିବା ଏତେ ସହଜ ନୁହେଁ । ବିମୁଦ୍ରାକରଣ ପରେ ନକଲି ନୋଟ୍ ଛାପିବା ପାଇଁ ଦୁର୍ବୃତ୍ତମାନେ ଚେଷ୍ଟା ଚଳାଇଥିଲେ ହେୁଁ ଆଜିଯାଏ ଏଥିରେ ସଫଳ ହୋଇପାରିନାହାନ୍ତି । ତେବେ ନୋଟ୍ ଅସଲି ନା ନକଲି କିପରି ଜାଣିବେ ?

ଅସଲି ୫୦୦ଟଙ୍କିଆ ନୋଟକୁ କିପରି ଚିହ୍ନିବେ ? 

• ୫୦୦ଟଙ୍କିଆକୁ ୪୫ ଡିଗ୍ରୀ ତେରଛା କରି ଦେଖିବେ, ତେବେ ଏଥିରେ ୫୦୦ଟଙ୍କା ଅଙ୍କରେ ଲେଖାଥିବା ନଜର ଆସିବ ।

• ଦେବନଗରୀ ଭାଷାରେ ୫୦୦ଲେଖା ହୋଇଥିବା ସହିତ ନୋଟର ଠିକ୍ ମଧ୍ୟ ଭାଗରେ ମହାତ୍ମା ଗାନ୍ଧୀଙ୍କର ଫଟୋ ମଧ୍ୟ ନଜର ଆସିବ ।

• ଏହି ନୋଟକୁ ଯଦି ଆପଣ ଲାଇଟ୍ ପକାଇ ଦେଖିବେ ତେବେ ଆପଣ ଏହି ୫୦୦ଟଙ୍କା ଅଙ୍କରେ ଲେଖା ହୋଇଥିବା ଦେଖିବାକୁ ପାଇବେ ।

• ଛୋଟ ଛୋଟ ଫଂଟରେ ଆରବିଆଇ ଏବଂ ୫୦୦ ଲେଖାଯାଇଥିବ ।

• ନୋଟକୁ ତେରଛା କରି ଦେଖିଲେ, ସୂତାର ରଙ୍ଗ ସବୁଜରୁ ପରିବର୍ତ୍ତନ ହୋଇ ନୀଳ ରଙ୍ଗରେ ନଜର ଆସିବ ।

• ନୋଟର ଡାହାଣ ପାଶ୍ୱରେ ଅଶୋକ ସ୍ତମ୍ଭ ରହିଥିବା ସହିତ ଛୋଟିଆ ୫୦୦ ବାହାରକୁ ନଜର ଆସିବ ।

• ଗାନ୍ଧୀଙ୍କ ଆଇକନ ଥିବା ସ୍ୱଚ୍ଛ ଭାରତର ଲୋଗୋ ମଧ୍ୟ ରହିଥିବ ଏବଂ ମଙ୍ଗଳଯାନର ଫଟୋ ମଧ୍ୟ ରହିଥିବ । ନୋଟ ଉପରେ ଭିନ୍ନ ଭିନ୍ନ ଭାଷାରେ ପାଂଚ ଶହ ଟଙ୍କା ଲେଖାଯାଇଥିବ ।

• ଏଥିରେ ଗଭର୍ଣ୍ଣରଙ୍କର ଦସ୍ତଖସ୍ତ ରହିଥାଏ ।

• ନୋଟକୁ ଟିକିଏ କଣେଇ ଦେଖିଲେ ଏଥିରେ ଗାନ୍ଧୀଙ୍କ ଫଟୋ ନଜର ଆସିବ ।

• ଏଥିସହିତ ଡାହାଣ ପାଖରେ ହିଁ ୭ଟି ଗାର ନଜର ଆସିବ ଏବଂ ଯେଉଁ ବର୍ଷ ନୋଟ୍ ଛପା ହୋଇଥିବ ସେହି ବର୍ଷ ସେଠାରେ ଲେଖା ହୋଇଥିବା ନଜର ଆସିବ ।

୨୦୦୦ଟଙ୍କିଆ ନୋଟ୍ କିପରି ଚିହ୍ନିବେ ?


• ଏହି ନୋଟକୁ ଯଦି ଆପଣ ଲାଇଟ୍ ପକାଇ ଦେଖିବେ ତେବେ ଆପଣ ଏହି ୨୦୦୦ଟଙ୍କା ଅଙ୍କରେ ଲେଖା ହୋଇଥିବା ଦେଖିବାକୁ ପାଇବେ ।

• ନୋଟକୁ ଯଦି ଆପଣ ୪୫ ଡିଗ୍ରୀ ତେରଛା କରି ଦେଖିବେ ତେବେ ଏହି ୨୦୦୦ଟଙ୍କା ଅଙ୍କରେ ଲେଖାଥିବା ନଜର ଆସିବ ।

• ଛୋଟ ଛୋଟ ଫଂଟରେ ଆରବିଆଇ ଏବଂ ୨୦୦୦ ଲେଖାଯାଇଥିବ ।

• ସେହିପରି ଦେବନଗରୀ ଭାଷାରେ ୨୦୦୦ଲେଖା ହୋଇଥିବା ସହିତ ନୋଟର ଠିକ୍ ମଧ୍ୟ ଭାଗରେ ମହାତ୍ମା ଗାନ୍ଧୀଙ୍କର ଫଟୋ ମଧ୍ୟ ନଜର ଆସିବ ।

• ଯେତେବେଳେ ନୋଟକୁ ତେରଛା କରି ଦେଖିବେ, ସୁତାର ରଙ୍ଗ ସବୁଜରୁ ପରିବର୍ତ୍ତନ ହୋଇ ନୀଳ ରଙ୍ଗରେ ନଜର ଆସିବ । ଏଥିରେ ଗଭର୍ଣ୍ଣରଙ୍କର ଦସ୍ତଖସ୍ତ ରହିଥାଏ ।

• ନୋଟକୁ ଟିକିଏ କଣେଇକି ଦେଖିଲେ ଏଥିରେ ଗାନ୍ଧୀଙ୍କ ଫଟୋ ନଜର ଆସିବ ।

• ଡାହାଣ ଖରେ ରେ ଅଶୋକ ସ୍ତମ୍ଭ ରହିଥିବା ସହିତ ଛୋଟିଆ ୨୦୦୦ ବାହାରକୁ ନଜର ଆସିବ ।

• ଏଥିସହିତ ଡାହାଣ ପାଖରେ ହିଁ ୭ଟି ଗାର ନଜର ଆସିବ ଏବଂ ଯେଉଁ ବର୍ଷ ନୋଟ୍ ଛପା ହୋଇଥିବ ସେହି ବର୍ଷ ହିଁ ଏଠାରେ ଲେଖା ହୋଇଥିବା ନଜର ଆସିବ ।

• ଗାନ୍ଧୀଙ୍କ ଆଇକନ ଥିବା ସ୍ୱଚ୍ଛ ଭାରତର ଲୋଗୋ ମଧ୍ୟ ରହିଥିବ ଏବଂ ମଙ୍ଗଳଯାନର ଫଟୋ ମଧ୍ୟ ରହିଥିବ । ନୋଟ ଉପରେ ଭିନ୍ନ ଭିନ୍ନ ଭାଷାରେ ୨ ହଜାର ଟଙ୍କା ଲେଖାଯାଇଥିବ ।