୨ ଲକ୍ଷ ଜମା କରିଥିବା ବ୍ୟକ୍ତିଙ୍କ ବଢିଲା ଚିନ୍ତା: ତଦନ୍ତ ପରିସରକୁ ଆସିପାରେ ଖାତା

30

କନକ ବ୍ୟୁରୋ : ୨ ଲକ୍ଷ ଜମା କରିଥିବା ବ୍ୟକ୍ତିଙ୍କ ବଢିଲା ଚିନ୍ତା । ତଦନ୍ତ ପରିସରକୁ ଆସିପାରେ ଖାତା । ଯେଉଁମାନଙ୍କ ବ୍ୟାଙ୍କ ଖାତାରେ ୨ ଲକ୍ଷ ଟଂକାରୁ ଅଧିକ ଜମା ରାଶି ନଥିଲା ଏବଂ ବିମୁଦ୍ରାକରଣ ପରେ ଏହି ପରିମାଣର ରାଶି ରହିଛି ସେମାନଙ୍କ ଚିନ୍ତା ବଢିଯାଇଛି । ଏହି ଖାତା ଗୁଡିକ ଉପରେ ସରକାର ନଜର ରଖିଛନ୍ତି ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଏଗୁଡିକ ଯାଂଚ ହେବ । ଯଦି କୌଣସି ସନ୍ଦେହଜନକ କାରବାର ହୋଇଥିବା ରିଜର୍ଭ ବ୍ୟାଙ୍କ ଅନୁଭବ କରେ ତେବେ ସେହି ଖାତା ଗୁଡିକର ତଦନ୍ତ କରିବାକୁ ଆୟକର ବିଭାଗକୁ ସୂଚନା ଦେବା ସମ୍ଭାବନା ରହିଛି ।

ବିମୁଦ୍ରାକରଣ ପରେ ଦେଶର ବ୍ୟାଙ୍କିଙ୍ଗ ବ୍ୟବସ୍ଥାକୁ ଯେଭଳି କଳା ଟଙ୍କାକୁ ଧଳା କରିବା ଲାଗି ଅପବ୍ୟବହାର କରାନଯାଏ ତାକୁ ନିଶ୍ଚିତ କରିବାକୁ କେନ୍ଦ୍ରୀୟ ବ୍ୟାଙ୍କ୍ ଉଦ୍ୟମ ଆରମ୍ଭ କରିଛି । ତେଣୁ ୨ ଲକ୍ଷ ଟଙ୍କାରୁ ଅଧିକ ଜମା ହୋଇଥିବା ଖାତା ସମ୍ପର୍କରେ ସୂଚନା ଦେବାକୁ ବ୍ୟାଙ୍କ ଗୁଡିକୁ କହିଛି ରିଜର୍ଭ ବ୍ୟାଙ୍କ । ପୂର୍ବରୁ ଅଢେଇ ଲକ୍ଷରୁ ଅଧିକ ଟଂକା ଜମା କରୁଥିବା ଲୋକଙ୍କ ଖାତା ଗୁଡିକ ଯାଂଚ ପରିସରଭୁକ୍ତ ହେବ ବୋଲି ସରକାର କହିଥିଲେ । ଏବେ ଏହି ସୀମା ୨ ଲକ୍ଷ ଟଂକାକୁ ହ୍ରାସ ପାଇଛି ।