ସଂଚୟ ଖାତାରୁ ଯେତେ ଚାହିଁବେ ଉଠାଇ ପାରିବେ ! ରହିବ ନାହିଁ ଟଙ୍କା ଉଠାଣ କଟକଣା

36

କନକ ବ୍ୟୁରୋ :  ଏବେ ବ୍ୟାଙ୍କ ସଂଚୟ ଖାତା ବା ସେଭିଙ୍ଗସ ବ୍ୟାଙ୍କ ଆକାଉଣ୍ଟରୁ ଯେତେ ଚାହିଁବେ ଉଠାଇ ପାରିବେ । ଟଙ୍କା ଉଠାଣ ନେଇ ଏଣିକି କୌଣସି କଟକଣା ରହିବ ନାହିଁ । ପୂର୍ବଭଳି ଏଟିଏମରୁ ମଧ୍ୟ ଆବଶ୍ୟକ ଟଙ୍କା ଉଠାଇ ହେବ । ବିମୁଦ୍ରାକରଣର ୪ ମାସ ପରେ ଟଙ୍କା ଉଠାଣ ନେଇ ସବୁ କଟକଣାକୁ ହଟାଇ ନେଇଛନ୍ତି ରିଜର୍ଭ ବ୍ୟାଙ୍କ ।

ନଭେମ୍ବର ୮ ତାରିଖରେ ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ଅଚଳ ଘୋଷଣା ପରେ ସପ୍ତାହକୁ ୨୪ ହଜାର ଟଙ୍କା ଓ ଏଟିଏମରୁ ଦୈନିକ ମାତ୍ର ୨୫୦୦ ଟଙ୍କା ଉଠାଇବାବୁ ଅନୁମତି ଦିଆଯାଇଥିଲା । ଧିରେ ଧିରେ କଟକଣା କୋହଳ କରାଯାଇଥିଲା ।

ଜାନୁଆରୀ ଦୈନିକ ଏଟିଏମ ଉଠାଣ ୧୦ ହଜାରକୁ ବୃଦ୍ଧି ପାଇଥିବା ବେଳେ ଫେବୃଆରୀ ମାସ ସାପ୍ତାହିକ ଉଠାଣ ସୀମା ୫୦ ହଜାରକୁ ବୃଦ୍ଧି ପାଇଥିଲା । ଗତକାଲିଠାରୁ ସଂଚୟଖାତାରେ ଥିବା ସମସ୍ତ ପ୍ରକାର କଟକଣା ହଟାଇ ଦିଆଯାଇଛି । ମାର୍ଚ୍ଚ ୧୦ ତାରିଖରେ ୧୨ ଲକ୍ଷ କୋଟି ଟଙ୍କାର ନୂଆ ଟଙ୍କା ବଜାରରେ ଛଡା ଯାଇଥିବା କହିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ।