ଆରବିଆଇର ଚେତାବନୀ: ୩ ଦିନ ଭିତରେ ଗ୍ରାହକଙ୍କୁ କରିବାକୁ ହେବ ବ୍ୟାଙ୍କିଂ ଜନିତ ଅଭିଯୋଗ, ନଚେତ ଦାୟୀ ରହିବେନି କୌଣସି ବି ବ୍ୟାଙ୍କ

29

ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଜନସାଧାରଣଙ୍କୁ ଆର୍ଥିକ ରୂପରେ ସଚେତନତା କରିବା ପାଇଁ ଆର୍ଥିକ ସାକ୍ଷରତା ସପ୍ତାହ ଆରମ୍ଭ କରିଛି । ଏହି ଅବସରରେ ସମସ୍ତ ଉପଭୋକ୍ତଙ୍କୁ କିଭଳି ସେମାନଙ୍କର ଟଙ୍କାକୁ ସୁରକ୍ଷିତ କରିପାରିବେ ଯାଇପାରିବେ ଏନେଇ ସେମାନଙ୍କୁ ସଚେତନତା କରାଯିବ । ତେବେ ଆରବିଆଇର ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ରହିଛି ଗ୍ରାହକଙ୍କୁ ସଚେତନ କରିବା ସହିତ ଗ୍ରାହକଙ୍କୁ ବ୍ୟାଙ୍କ ସହ ଜଡିତ ସମସ୍ତ ତଥ୍ୟ ସଂପର୍କରେ ବି ଅବଗତ କରାଇବା । ଆରବିଆଇର ଡାଇରେକ୍ଟରଙ୍କ ସୂଚନା ମୁତାବକ ଏହି କାର୍ଯ୍ୟକ୍ରମ ମୁଖ୍ୟ ରୂପରେ ଗ୍ରାହକଙ୍କୁ ବ୍ୟାଙ୍କ ସହ ଜଡିତ ସେବା ଏବଂ ଉତ୍ପାଦ ସଂପର୍କରେ ସୂଚନା ଦେବା ।

ସେ କହିଛନ୍ତି କି, ଏହି ଅଭିଯାନରେ ଆମେ ଲୋକଙ୍କୁ କିଭଳି ସେମାନେ ସୁରକ୍ଷିତ ଭାବରେ ଡିଜିଟାଲ ବ୍ୟାଙ୍କିଂ ଆଦିର ଲାଭ ଉଠାଇ ପାରିବେ ସେ ନେଇ ସଚେତନ କରାଇବୁ । ଏଥିସହିତ ହିଁ ଆମେ ଲୋକଙ୍କୁ ଜଣାଇବୁ କି, କିଭଳି ସେମାନେ ସେମାନଙ୍କର ଦାୟିତ୍ୱ ସୁଚାରୁ ରୂପେ ତୁଲାଇବେ ତଥା ସୁରକ୍ଷିତ ଡିଜିଟାଲ ବ୍ୟାଙ୍କିଂର ଅନୁଭବ ପାଇଁ ଲୋକଙ୍କୁ ଏହି ଅଭିଯାନ ମାଧ୍ୟମରେ ସଚେତନତା କରାଯିବ ।

ଆରବିଆଇ ନିଜର ଏହି ଅଭିଯାନରେ ପୋଷ୍ଟର, ବ୍ୟାନର ଏବଂ ସ୍ଲାଗାନ ଜରିଆରେ ଲୋକଙ୍କୁ ସଚେତନ କରିବ । ଯଦି ଆପଣଙ୍କ ସହିତ କୌଣସି ପ୍ରକାରର ଡିଜିଟାଲ ଠକେଇ ହୋଇଛି ତେବେ ଏସଂପର୍କରେ ଆପଣଙ୍କୁ ୩ ଦିନ ମଧ୍ୟରେ ବ୍ୟାଙ୍କକୁ ସୂଚିତ କରିବାକୁ ହେବ । ଏଭଳି ପରିସ୍ଥିତିରେ ଉପଭୋକ୍ତା ତିନି ମଧ୍ୟରେ ବ୍ୟାଙ୍କକୁ ଡିଜିଟାଲ ଟ୍ରାନଜାକସନ ସମୟରେ ହୋଇଥିବା ଠକେଇର ଶିକାର କିମ୍ବା କୌଣସି ଅନୀୟମିତତା ସଂପର୍କରେ ସୂଚିତ କରନ୍ତି ତେବେ ଉପଭୋକ୍ତା ଏନେଇ କୌଣସି ଦାୟୀ ହେବେ ନାହିଁ , ଏଥିସହିତ ହିଁ ବ୍ୟାଙ୍କକୁ ଏହି ସମସ୍ୟାର ସମାଧାନ କରିବାକୁ ହେବ ଅର୍ଥାତ ବାଧ୍ୟ ହେବେ ।  ସେହିପରି, ଯଦି କୌଣସି ଉପଭୋକ୍ତା ବ୍ୟାଙ୍କ ସହ ଜଡିତ କୌଣସି ଅଭିଯୋଗ କରନ୍ତି ତେବେ ୯୦ ଦିନ ଭିତରେ ସେହି ସମସ୍ୟାର ସମାଧାନ କରାଯିବ ।