ଲୋକଙ୍କ ସୁରକ୍ଷା ନେଇ ଆରବିଆଇର ନୂଆ ଅଭିଯାନ ! ଜାରି କଲା ହେଲ୍ପଲାଇନ୍ ନମ୍ବର, ଗ୍ରାହକଙ୍କୁ ମିଳିବ ଅନେକ ମିଳିବ ଅନେକ ସୁବିଧା

61

ରିଜର୍ଭ ବ୍ୟାଙ୍କ, ବ୍ୟାଙ୍କମାନଙ୍କ ଖାତାରେ ହେଉଥିବା ବିଭିନ୍ନ ପ୍ରକାରର ଗଡବଡି ତଥା ଠକେଇକୁ ଦୃଷ୍ଟିରେ ରଖି ଲୋକଙ୍କୁ ସଚେତନ କରିବା ପାଇଁ ଏସଏମଏସ ଅଭିଯାନ ବା ‘ମିସଡ କଲ ହେଲ୍ପଲାଇନ’ ଅଭିଯାନ ଆରମ୍ଭ କରିଛି । କେନ୍ଦ୍ରୀୟ ବ୍ୟାଙ୍କମାନଙ୍କ ଦ୍ୱାରା ଲୋକଙ୍କ ନିକଟକୁ ପଠାଯଉଥିବା ଏସଏମଏସରେ କୁହାଯାଉଛି କି, ବଡ ଧନ ରାଶି ମିଳିଯିବା ଲୋଭରେ ସେଭଳି କୌଣସି ବି ପ୍ରକାରର ପେମେଂଟ କରନ୍ତୁ ନାହିଁ କି କାହାର ପ୍ରରୋଚନାରେ ଆସନ୍ତୁ ନାହିଁ । କାରଣ ଉପଭୋକ୍ତାଙ୍କ ନିକଟକୁ ରିଜର୍ଭ ବ୍ୟାଙ୍କ କିମ୍ବା ଗଭର୍ଣ୍ଣର କିମ୍ବା ସରକରାଙ୍କ ତରଫରୁ କେବେ ବି ଏପ୍ରକାରର ଇ-ମେଲ, ସନ୍ଦେଶ କିମ୍ବା କଲ କରାଯାଇନଥାଏ ।

ବ୍ୟାଙ୍କ, ବିସ୍ତୃତ ସୂଚନା ଏବଂ ସହାୟତା ପାଇଁ ମିସଡ କଲ ହେପ୍ପଲାଇନ ୮୬୯୧୯୬୦୦୦୦ର ନମ୍ବର ଜାରି କରିଛି । ଯେଉଁଥିରେ ମିସଡ କଲ କରିବା ପରେ ଉପଭୋକ୍ତାଙ୍କ ନିକଟକୁ ରିଟର୍ଣ୍ଣ କଲ ଆସିବ, ଏବଂ ଲୋକଙ୍କ ଏସଂକ୍ରାନ୍ତରେ ବିସ୍ତୃତ ଭାବେ ବୁଝାଇବା ସହିତ ସାଇବର ସେଲ ଏବଂ ସ୍ଥାନୀୟ ପୋଲିସ ଥାନାରେ ଅଭିଯୋଗ କରିବା ସମ୍ବନ୍ଧରେ ସୂଚନା ମଧ୍ୟ ଦିଆଯିବ ।

ଉଲ୍ଲେଖନୀୟ କି, ନିକଟରେ ଇ-ମେଲ, ଏସଏମଏସ କିମ୍ବା କଲ ଜରିଆରେ ଲୋକମାନଙ୍କୁ ରିଜର୍ଭ ବ୍ୟାଙ୍କ ତରଫରୁ ଉପହାର ମିଳିବା ବା ଲଟେରୀ ଲାଗିବ ଭଳି ପ୍ରଲୋଭନ ଦିଆଯିବାର ଘଟଣା ସାମ୍ନାକୁ ଆସିଛି । ଯେଉଁଥିରେ ଠକମାନେ ଲୋକଙ୍କୁ ବିଭିନ୍ନ ପ୍ରକାରର ପ୍ରଲୋଭନ ଦେଖାଇ ଟଙ୍କା ଲୁଟିବାର ନଜୀର ରହିଛି । ଯାହାକୁ ଦୃଷ୍ଟିରେ ରଖି ଆରବିଆଇ ଏଭଳି ଏକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଛି ।