ମୋଦି ସରକାରକୁ ଝଟକା । ଜିଡିପି ଅଭିବୃଦ୍ଧି ହାର ଆକଳନକୁ କମାଇଲା ଆରବିଆଇ

727

କନକ ବ୍ୟୁରୋ : ମୋଦି ସରକାରଙ୍କୁ ବଡ ଝଟକା । ଚଳିତ ବର୍ଷ ମୋଟ ଘିରୋଇ ଉତ୍ପାଦ ବା ଜିଡିପି ଅଭିବୃଦ୍ଧି କମିବ ବୋଲି ଅନୁମାନ କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ୨୦୧୯-୨୦୨୦ ଆର୍ଥିକ ବର୍ଷରେ ଏହି ଅନୁମାନ ୬ ଦଶମିକ ଏକ ପରିବର୍ତ୍ତେ ୫ ରହିବ ବୋଲି ଅନୁମାନ କରାଯାଇଛି । ଗତ ଅକ୍ଟୋବରରେ ସମୀକ୍ଷା ବେଳେ ରିଜର୍ଭ ବ୍ୟାଙ୍କ ଜିଡିପି ଅଭିବୃଦ୍ଧି ହାର ୬ ଦଶମିକ ୧ ରହିବ ବୋଲି ଅନୁମାନ କରିଥିଲା । ଏହାପୂର୍ବରୁ ଅନେକ ଏଜେନ୍ସି ଭାରତର ଜିଡିପି ଅଭିବୃଦ୍ଧି ହାରକୁ କମାଇସାରିଛନ୍ତି ।

ଏବେ ରିଜର୍ଭ ବ୍ୟାଙ୍କ କହିଛି, ସବୁ ପ୍ରକାର ସନ୍ତୁଳନ ସତ୍ୱେ ଜିଡିପି ଅଭିବୃଦ୍ଧି କମ ରହିପାରେ । ୨୦୧୮-୨୦୧୯ରେ ଜିଡିପି ଅଭିବୃଦ୍ଧି ହାର ୬.୮ ପ୍ରତିଶତ ଥିଲା । ତେବେ ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟାର୍ଧରେ ଏହି ଅଭିବୃଦ୍ଧି ୪ ଦଶମିକ ୫କୁ ଖସିଆସିଥିଲା । ୬ ବର୍ଷ ମଧ୍ୟରେ ଏହି ଅଭିବୃଦ୍ଧି ସବୁଠାରୁ ଚିନ୍ତାଜନକ ସ୍ତରରେ ପହଂଚିଥିଲା । ସରକାର ୨୦୨୫ ସୁଦ୍ଧା ଅର୍ଥନୀତି ୫ ଟ୍ରିଲୟନ ଡଲାରରେ ପହଂଚିବ ବୋଲି ଲକ୍ଷ୍ୟ ରଖିଛନ୍ତି । କିନ୍ତୁ ବର୍ତମାନ ଏ ନେଇ ସନ୍ଦେହ ସୃଷ୍ଟି ହୋଇଛି ।