ଆରବିଆଇ ଜାରି କଲା ନୂଆ ଗାଇଡ଼ଲାଇନ୍ ! ଟୋକନ୍ ଜରିଆରରେ ହେବ ଅନଲାଇନ୍ ଟ୍ରାଞ୍ଜାକସନ୍

173

କନକ ବ୍ୟୁରୋ : ଅଧିକ ନିରାପଦ ହେବ ଡେବିଟ୍ ଓ କ୍ରେଡିଟ୍ କାର୍ଡ ପେମେଂଟ । ବିଭିନ୍ନ କାର୍ଡ଼ ନେଣଦେଣରେ ସୁରକ୍ଷା ବ୍ୟବସ୍ଥାକୁ ମଜଭୁତ କରିବା ପାଇଁ ନୂଆ ଟୋକନ୍ ବ୍ୟବସ୍ଥା ଆପଣାଇବା ପାଇଁ ଏକ ନୂଆ ନିର୍ଦ୍ଦେଶାନାମା ଜାରି କରିଛି ଆରବିଆଇ । ଯଦ୍ୱାରା ଠକେଇ ହେବାର ସମ୍ଭାବନା କମ୍ ରହିବ । ଆଉ ଏହି ବ୍ୟବସ୍ଥା ଲୋକଙ୍କ ପାଇଁ ଉପଯୋଗୀ ହୋଇପାରିବ । କାରଣ ବର୍ତ୍ତମାନ ସମୟରେ ଅନଲାଇନ୍ ନେଣଦେଣ ବଢ଼ିବା ସହ ସାଇବର କ୍ରାଇମ୍ ମଧ୍ୟ ବଢ଼ିବାରେ ଲାଗିଛି ।

ଡେବିଟ୍ ଓ କ୍ରେଡିଟ୍ କାର୍ଡ ପେମେଂଟରେ Tokenisation ସିଷ୍ଟମକୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ମଙ୍ଗଳବାର ଅନୁମତି ଦେଇଛନ୍ତି । ଏହି Tokenisation ସିଷ୍ଟମ ଅନୁସାରେ କାର୍ଡରେ ଥିବା ୧୬ଡିଜିଟର ନମ୍ବର ବ୍ୟତୀତ ଆଉ ଏକ ୧୬ ଡିଜିଟର ନମ୍ବର ମିଳିବ । ଏବଂ କାର୍ଡ ବ୍ୟବହାରକାରୀମାନେ କୌଣସି ଇ-କର୍ମସ ବା ଅନ୍ୟ ଦେଣନେଣ ସମୟରେ କାର୍ଡ ଉପରେ ଥିବା ନମ୍ବର ବଦଳରେ ଏହି ନମ୍ବରକୁ ବ୍ୟବହାର କରି ଟ୍ରାଞ୍ଜାକସନ କରିପାରିବେ । ଏହାଦ୍ୱାରା ଡାଟା ଲିକ୍ ହେବାର ଭୟ କମିବ ବୋଲି ଆରବିଆଇ ପକ୍ଷରୁ କୁହାଯାଉଛି ।