ଆରବିଆଇ ଜାରି କଲା ନୂଆ ୧୦୦ ଟଙ୍କିଆ ନୋଟର ଫଟୋ । ଜାଣନ୍ତୁ କଣ ରହିଛି ନୂଆ ଫିଚର୍ସ

94

ଭାରତୀୟ ରିଜର୍ଭ ବ୍ୟାଙ୍କ ଖୁବଶୀଘ୍ର ନୂଆ ୧୦୦ ଟଙ୍କିଆ ନୋଟ ଜାରି କରିବାକୁ ଯାଉଛି । ଏହି ନୂଆ ୧୦୦ ଟଙ୍କିଆ ନୋଟର ରଙ୍ଗ ବାଇଗଣୀ ରହିବ । ଏହି ନୂଆ ୧୦୦ ଟଙ୍କିଆ ନୋଟର ଫଟୋ ଆରବିଆଇ ଜାରି କରିଛି । ପୁରୁଣା ନୋଟ ଭଳି ନୂଆ ନୋଟଟି ମଧ୍ୟ ମହାତ୍ମା ଗାନ୍ଧି ସିରିଜରେ ଜାରି କରାଯିବ । ତା ଛଡା ଏହି ନୋଟରେ ଗୁଜରାଟ ରାଣୀଙ୍କର ମହଲର ଫଟୋ ମଧ୍ୟ ସ୍ଥାନ ପାଇଛି ।


ନୂଆ ୧୦୦ ଟଙ୍କିଆ ନୋଟର ଡିଜାଇନରେ ବେଶି ପରିବର୍ତ୍ତନ କରାଯାଇନାହିଁ । ଏହାର ଲମ୍ବ ୬୬ ଏମଏମ ଓ ଚଉଡା ୧୪୨ ଏମଏମ ରହିଛି । ତେବେ ଏହି ନୂଆ ନୋଟ ଜାରି କରାଯିବା ପରେ ପୁରୁଣା ୧୦୦ ଟଙ୍କିଆ ନୋଟର ପ୍ରଚଳନ ଜାରି ରହିବ । ଏହାକୁ ଅଗଷ୍ଟ ମାସରେ ଜାରି କରାଯିବ ବୋଲି ଜଣାପଡିଛି । ଏହି ନୂଆ ନୋଟର ସାଇଜ ଏବେ ପ୍ରଚଳିତ ହେଉଥିବା ୫୦୦ ଟଙ୍କିଆ ନୋଟର ସାଇଜ ସହ ସମାନ ରହିବ ।

ଏହି ନୂଆ ୧୦୦ ଟଙ୍କିଆ ନୋଟରେ ଦେବନାଗରୀ ଭାଷାରେ ୧୦୦ ଲେଖାଯାଇଛି ।
ନୋଟର ମଝିରେ ମହାତ୍ମା ଗାନ୍ଧିଙ୍କ ଚିତ୍ର ରହିଛି
ନୂଆ ନୋଟର ସମ୍ମୁଖ ଭାଗରେ ଛୋଟ ଅକ୍ଷରରେ ଆରବିଆଇ, ଭାରତ, ଇଣ୍ଡିଆ ଓ ୧୦୦ ଲେଖାଯାଇଛି ।
ଏହାଛଡା ଏହି ନୂଆ ନୋଟରେ ୧୫ଟି ଭାଷାରେ ୧୦୦ ଟଙ୍କା ଲେଖା ରହିଛି ।

ନୂଆ ନୋଟର ସୁରକ୍ଷା ଉପରେ ମଧ୍ୟ ଧ୍ୟାନ ଦିଆଯାଇଛି । ଏଥିପାଇଁ ଏଥିରେ ସିକ୍ୟୁରିଟି ଥ୍ରେଡ ଲଗାଯାଇଛି । ଯାହାଦ୍ୱାରା ନୋଟକୁ ମୋଡିଲେ ଥ୍ରେଡର ରଙ୍ଗ ବାଇଗଣୀ ବଦଳରେ ସବୁଜ ରଙ୍ଗ ହୋଇଯାଇଥାଏ । ଏହି ନୂଆ ନୋଟରେ ଅଶୋକ ସ୍ତମ୍ଭ ଡାହାଣ ପାଶ୍ୱର୍ରେ ଅଙ୍କିତ ରହିଛି । ନୂଆ ନୋଟ ପଛରେ ପ୍ରିଣ୍ଟିଂର ବର୍ଷ ଉଲ୍ଲେଖ ରହିବ । ସ୍ୱଚ୍ଛ ଭାରତର ଲୋଗୋ ମଧ୍ୟ ଏହି ନୂଆ ନୋଟରେ ସ୍ଥାନ ପାଇଛି