ଖୁବ୍ ଶୀଘ୍ର ଆପଣଙ୍କ ହାତକୁ ଆସିବ ୨୦୦ଟଙ୍କିଆ ନୋଟ୍ ! ଆରବିଆଇ ଦେଲା ସବୁଜ ସଙ୍କେତ

35

ଖୁବ୍ ଶୀଘ୍ର ଆପଣଙ୍କ ହାତକୁ ଆସିବ ୨୦୦ଟଙ୍କିଆ ନୋଟ୍ । ୫୦୦ ଏବଂ ୨୦୦୦ଟଙ୍କିଆ ପରେ ଏବେ ୨୦୦ଟଙ୍କିଆ ନୋଟ୍ ଛାପିବା ପାଇଁ ସବୁଜ ସଙ୍କେତ ଦେଇଛି ଆରବିଆଇ । ଏହି ପଦକ୍ଷେପ ଟ୍ରାନଜାକ୍ସନକୁ ସୁବିଧା କରିବା ପାଇଁ ନିଆଯାଇଛି । ୨୦୦ ଟଙ୍କିଆ ନୋଟର ଛପା କାର୍ଯ୍ୟ ସରକାରଙ୍କ ତଦାରଖରେ ହେଉଥିବାର ସୂଚନା ମିଳିଛି  । ଏହା ସହ ନୋଟର ସିକ୍ୟୁରିଟି ଫିଚର୍ସ ମଧ୍ୟ ପରୀକ୍ଷା ଚାଲିଛି  । ତେବେ ୨୦୦ଟଙ୍କିଆ ନୋଟର ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି  । ହେଲେ ଏହା ଅସଲି କିମ୍ବା ନକଲି ଏଯାଏଁ ସ୍ପଷ୍ଟ ହୋଇନାହିିଁ  ।

ଉଲ୍ଲେଖଯୋଗ୍ୟ, ୨୦୧୬ ମସିହା ନଭେମ୍ବର ୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିମୁଦ୍ରାକରଣ ଘୋଷଣାର କିଛି ଦିନ ପରେ ଆର୍‌ବିଆଇ ନୂଆ ୫୦୦ ଓ ୨୦୦୦ଟଙ୍କିଆ  ନୋଟ  ବଜାରକୁ ଛାଡ଼ିଥିଲା । ପ୍ରାୟ ୧୬,୫୦ କୋଟି ୫୦୦ ଟଙ୍କିଆ ନୋଟ୍‌ ଶୂନ୍ୟ ସ୍ଥାନ ପୂରଣ କରିବା ପାଇଁ ଛପା ଯାଇଥିଲା ବୋଲି ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ୍‌ ଏକ ରିପୋର୍ଟ ପ୍ରଦାନ କରିଛି। ମାତ୍ର ରାତାରାତି ବହୁଳମାତ୍ରାରେ ଟଙ୍କା ଉଠାଣ ହେବା ଦ୍ୱାରା ଏବେ ବି ବଜାରରେ ଆବଶ୍ୟକ ପରିମାଣର ନୋଟର ଅଭାବ ରହିଛି,  ଯାହାକୁ ପୂରଣ କରିବା ପାଇଁ ଆରବିଆଇ ୨୦୦ ଟଙ୍କିଆ ନୋଟ୍‌ ଛାପିବାର ଯୋଜନା କରିଛି ।