୧୦ ଟଙ୍କିଆ ନୂଆ ନୋଟର ପ୍ରଥମ ଝଲକ ! ସ୍ଥାନ ପାଇଛି କୋଣାର୍କ ଚକ, ଜାଣନ୍ତୁ ନୋଟର ସମ୍ପୂର୍ଣ୍ଣ ତଥ୍ୟ

69

କନକ ବ୍ୟୁରୋ : ବଜାରକୁ ଆସିଲା ନୂଆ ୧୦ ଟଙ୍କିଆ ନୋଟ । ଆରବିଆଇ ପକ୍ଷରୁ ଜାରି ହେଲା ୧୦ ଟଙ୍କିଆ ନୂଆ ନୋଟ । ଏଥିରେ କୋଣାର୍କ ମନ୍ଦିରର ଚକ ସ୍ଥାନ ପାଇଛି । ଏହି ନୋଟ ବର୍ତ୍ତମାନ ପ୍ରଚଳିତ ହେଉଥିବା ନୋଟ ଠାରୁ ସମ୍ପୂର୍ଣ୍ଣ ଅଲଗା । । ଏକ ରିପୋର୍ଟ ଅନୁସାରେ ଏଥିରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି । ନୂଆ ନୋଟର ବେସ ଚକୋଲେଟ ବ୍ରାଉନ କଲର ହୋଇଥିବା ବେଳେ ଏହାର ଉଚ୍ଚତା ପୁରୁଣା ୧୦ ଟଙ୍କିଆ ନୋଟ୍ ପରି ରହିଛି । ପୁରୁଣା ୧୦ ଟଙ୍କା ଭଳି ଏହାର ଉଚ୍ଚତା ୬୩ ମିଲିମିଟର ରହିିଛି । ତେବେ ଚଉଡାରେ ସାମାନ୍ୟ ପରିବର୍ତ୍ତନ ଆସିଛି । ପୁରୁଣା ୧୦ ଟଙ୍କିଆ ନୋଟର ଚଉଡା ୧୩୭ ମିଲିମିଟର ରହିଥିବା ବେଳେ ନୂଆ ନୋଟର ଚଉଡା ୧୨୩ ମିଲିମିଟର ରହିଛି ।

rbi2-ki3G--621x414@LiveMintନୂଆ ନୋଟରେ ଆରବିଆଇ ଗଭର୍ଣ୍ଣର ଉର୍ଜିତ ପଟେଲଙ୍କ ହସ୍ତାକ୍ଷର ରହିଛି । ଏଥିରେ ସ୍ୱଚ୍ଛ ଭାରତ ଲୋଗୋ ମଧ୍ୟ ରହିଛି । ୨୦୦୫ରେ ଶେଷ ଥର ପାଇଁ ୧୦ ଟଙ୍କିଆ ନୋଟର ଡିଜାଇନ୍ କରାଯାଇଥିଲା । ସୂତ୍ର ଅନୁସାରେ, ଡିଜାଇନ୍କୁ ସ୍ୱୀକୃତି ମିଳିବା ପରେ ୧୦୦ କୋଟି ଖଣ୍ଡ ନୂଆ ୧୦ ଟଙ୍କିଆ ନୋଟ୍ ଛପାଇ ସାରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ୍ । ୨୦୧୬ ବିମୁଦ୍ରାକରଣ ଘୋଷଣା ପରେ ନୂଆ ୫୦୦ ଟଙ୍କା ଓ ୨୦୦୦ ଟଙ୍କା ଛପାଇଥିଲା ଆରବିଆଇ । ଗତ ବର୍ଷ ଅଗଷ୍ଟ ମାସରେ ଖୁଚୁରା ସମସ୍ୟା ଦୂର କରିବା ପାଇଁ ନୂଆ ଡିଜାଇନ ଓ ସିକ୍ୟୁରିଟି ସହ ୨୦୦ ଟଙ୍କା ଓ ୫୦ ଟଙ୍କା ବଜାରକୁ ଆସିଥିଲା ।

ରିିପୋର୍ଟ ଅନୁସାରେ ନକଲି ନୋଟ୍ ଉପରେ ଲଗାମ ଲଗାଇବା ପାଇଁ ଓ କ୍ୟାସଲେସ ଅର୍ଥନୀତିକୁ ଉତ୍ସାହିତ କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଏପରି ନିଷ୍ପତ୍ତି ନେଇଛି । ସୂଚନାଯୋଗ୍ୟ ୨୦୧୬, ୮ ନଭେମ୍ବରରେ ମୋଦି ବିମୁଦ୍ରକରଣ ନିଷ୍ପତ୍ତି ନେଇଥିଲେ । ଆଉ ସେହି ସମୟରେ ମୋଦି ୫୦୦ ଓ ୧୦୦୦ ଟଙ୍କିଆ ନୋଟକୁ ଅଚଳ ଘୋଷଣା କରିଥିଲେ । ଆଉ ସେବେଠାରୁ ମୋଦି ସରକାର ନକଲି ନୋଟ୍ ବିରୋଧରେ ଅଭିଯାନ ଆରମ୍ଭ କରୁଛନ୍ତି । ଆଉ ନିୟମିତ ବ୍ୟବଧାନରେ କିଛି ଏପରି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଉଛନ୍ତି ।