ସରକାରଙ୍କ ସହ ବିବାଦ ପରେ ଆରବିଆଇ ଗଭର୍ଣ୍ଣର ନେଇ ପାରନ୍ତି ବଡ ନିଷ୍ପତ୍ତି । ଆସନ୍ତା ୧୯ରେ ବିଦ୍ଧିବଦ୍ଧ ଭାବରେ ଇସ୍ତଫା ଦେଇପାରନ୍ତି ପଟେଲ

ଆସନ୍ତା ୧୯ ତାରିଖରେ ବର୍ତମାନର ଗଭର୍ଣ୍ଣର ଉର୍ଜିତ ପଟ୍ଟେଲ ଇସ୍ତାଫା ଦେବେ !

168

କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ସହ ଅନେକ ଦିନ ହେଲାଣି ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣରଙ୍କ ସହ ମତାନ୍ତର ଥିବା ଚର୍ଚ୍ଚା ଜୋର ଧରିଥିଲା । ମିଳିଥିବା ସୂଚନା ଅନୁସାରେ, ଆସନ୍ତା ୧୯ ତାରିଖରେ ବର୍ତମାନର ଗଭର୍ଣ୍ଣର ଉର୍ଜିତ ପଟ୍ଟେଲ ଇସ୍ତାଫା ଦେବେ ବୋଲି ଏକ ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି । ତେବେ ଉର୍ଜିତ ସେହି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ତାଙ୍କର ବ୍ୟକ୍ତି ଗତ କାରଣ ପାଇଁ ସେ ଆଗୁଆ ଇସ୍ତାଫା ଦେଇପାରନ୍ତି । ଗତ କିଛି ଦିନ ହେବ କେନ୍ଦ୍ର ସରକାରଙ୍କ ସହ ତାଙ୍କର ମତଭେଦ ଥିବା ସାରା ଦେଶରେ ଚର୍ଚ୍ଚା ଜୋର ଧରିଥିଲା । ଏହାସହ ରିଜର୍ଭ ବ୍ୟାଙ୍କ ଓ କେନ୍ଦ୍ର ସରକାର କେହି କାହାର କଥାରେ ରାଜି ହୋଇ ନଥିବା ସୂଚନା ମିଳିଛି । ଏପରିକି ବ୍ୟାଙ୍କକୁ ନିଜସ୍ୱ କ୍ଷମତାରୁ ବଚାଂଇ ରଖାଯାଇଥିବା ମଧ୍ୟ ସୂଚନା ମିଳିଛି ।

 

ଆର୍ବିଆଇ କେତେ ମାତ୍ରରେ ସ୍ୱୟଂକ୍ରିୟତା ପାଇବା କଥା ସେ ସଂକ୍ରାନ୍ତରେ କିଛି ସପ୍ତାହ ହେବ ସରକାର ଓ ଆରବିଆଇଙ୍କ ମଧ୍ୟରେ ବିବାଦ ଲାଗିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶାସନ ଆରବିଆଇର ସରପ୍ଲସ ରିଜର୍ଭର ଋଣ ଉପରୁ କଟଣା ଉଠାଇ ତାହାକୁ ଅଧିକାର କରିବାକୁ ଚାହୁଁଛି। କେନ୍ଦ୍ରୀୟ ବ୍ୟାଙ୍କ ସ୍ୱାଧୀନତା ଉପରେ ସଙ୍କୋଚନ କଲେ ପରିଣାମ ଭୟାବହ ହେବ ବୋଲି ଗତ ମାସରେ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ନର୍ ଏକ ଭାଷଣରେ କହିବା ପରେ ବିବାଦ ଉଗ୍ର ରୂପ ଧରିଥିଲା। ଯଦି ଏହି ବିବାଦ ଆହୁରି ତେଜେ ତେବେ ଆଗାମୀ ବୈଠକରେ ପଟେଲ୍ ଇସ୍ତଫା ଦେବାର ଯଥେଷ୍ଟ ସମ୍ଭାବନା ରହିଛି। ସେ କହିଛନ୍ତି କି, ସରକାରଙ୍କ ସହ ଲଢ଼ି ସେ କ୍ଳାନ୍ତ ହୋଇ ପଡ଼ିଛନ୍ତି। ଏହା ତାଙ୍କ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଉଛି।