କ’ଣ ସତରେ ଭାରତୀୟ ବ୍ୟାଙ୍କମାନଙ୍କ ଖରାପ ସମୟ ଆସୁଛି ? ସଙ୍କଟରେ ନାହାନ୍ତି ତ ସରକାର?

44

କନକ ବ୍ୟୁରୋ: କେନ୍ଦ୍ରରେ ମୋଦି ସରକାର ନିଜର ୪ ବର୍ଷ ପୂରଣ କରି ଏବେ ନିର୍ବାଚନ ବର୍ଷରେ ମଧ୍ୟ ପ୍ରବେଶ କରିସାରିଛି । ଲୋକମାନଙ୍କୁ ଦେଇଥିବା ପ୍ରତିଶୃତି ମୁତାବକ ସମସ୍ତ କଥା ପୂରଣ କରିବା ଲାଗି ଅନେକ ଯୋଜନା ହାତକୁ ନେଇଛନ୍ତି । କିନ୍ତୁ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଯେଉଁ ରିପୋର୍ଟ ପ୍ରକାଶ କରିଛି ସେଥିରେ ସରକାରଙ୍କ ଚିନ୍ତା ବଢାଇ ଦେଲା ଭଳି କଥା ଉଲ୍ଲେଖ ରହିଛି । ଏହି ରିପୋର୍ଟରେ ସ୍ପଷ୍ଟ ଭାବରେ କୁହାଯାଇଛି ଯେ, ଆଗାମୀ ୨ ରୁ ୩ ବର୍ଷ ଭାରତୀୟ ବ୍ୟାଙ୍କ ଗୁଡିକର ସ୍ଥିତି ଆହୁରି ସଙ୍କଟରେ ରହିପାରେ । ଏହା କେବଳ ସରକାରୀ ବ୍ୟାଙ୍କ କଥା ନୁହେଁ ବରଂ ସାରା ବ୍ୟାଙ୍କିଙ୍କ୍ ସେକ୍ଟର ଏବେ କ୍ଷତିରେ ରହିଛି । ଏହା ଆଗାମୀ ୮ ମାସ ପର୍ଯ୍ୟନ୍ତ ରହିପାରେ । ଏହି ସଙ୍କଟ ପୂର୍ବ ଆର୍ଥିକ ବର୍ଷରେ ମଧ୍ୟ ଦେଖାଯାଇଥିଲା । ତେବେ ପ୍ରତ୍ୟେକ ବର୍ଷ ଏପରି ପରିସ୍ଥିତି ଦେଖା ଯାଉଥିବାରୁ ସରକାର ଏବେ ଚିନ୍ତା ପ୍ରକାଶ କରିଛନ୍ତି । ପୂର୍ବ ବର୍ଷ ବ୍ୟାଙ୍କ ଗୁଡିକ ମୋଟ ୮୭୦୦୦ କୋଟି ଟଙ୍କାର କ୍ଷତି ସହିଥିବା ଜଣାପଡିଛି ।

ତେବେ ବ୍ୟାଙ୍କ ଗୁଡିକର ଏପରି ଅବସ୍ଥା ପାଇଁ ସେମାନେ ନିଜେ ଦାୟୀ ବୋଲି ଅନେକ ଲୋକ କହିଛନ୍ତି । କାରଣ ୩୮ ଟି ବ୍ୟାଙ୍କ ନିଜର ଟଙ୍କା ଅତି ନିମ୍ନମାନର ସଂସ୍ଥାମାନଙ୍କୁ ଦେଇଛନ୍ତି । ଯାହା ଫଳରେ ଆଜି ଏପରି ଦେଖିବାକୁ ମିଳୁଛି ବୋଲି ଏନପିଏ(ନନପରଫରମିଙ୍ଗ) ସଂସ୍ଥା କହିଛି । ଆଗକୁ ଆହୁରି ଖରାପ ଦିନ ଆସିପାରେ । ଏକ ରିର୍ପୋଟରୁ ଜଣାପଡିଛି ଯେ, ଆଗକୁ ବ୍ୟାଙ୍କମାନଙ୍କ ପାଇଁ ଆହୁରି ଅନେକ କଷ୍ଟ ଆସିପାରେ । ଏପରି ସି୍ଥତିରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ, ଆଜିକାଲି କମରସିଆଲ ବ୍ୟାଙ୍କ ଗୁଡିକ ଯେପରି ଭାବରେ ଗ୍ରାହକଙ୍କୁ ଋଣ ଦେବାରେ ଲାଗିଛନ୍ତି । ଏଥିରୁ ସ୍ପଷ୍ଟଭାବରେ ଅନୁମେୟ କରିହେବ ଆଗାମୀ ଦିନରେ କିପରି ଭାବରେ ବ୍ୟାଙ୍କର ଅବସ୍ଥା ରହିବ । “ଏଫଏସଆର” ରିପୋର୍ଟ ଅନୁସାରେ ଯଦି ବ୍ୟାଙ୍କ ଗୁଡିକ ଠିକ ଭାବରେ କାମ କରନ୍ତି ତେବେ ମାର୍ଚ୍ଚ ୨୦୧୯ ସୁଦ୍ଧା ପୂର୍ବବର୍ଷ ତୁଳନାରେ ୧୧.୬ ପ୍ରତିଶତ ଅଧିକ କାରବାର ହୋଇପାରେ ।ସାଧାରଣ ବ୍ୟାଙ୍କଗୁଡିକ ପକ୍ଷରୁ କୁହାଯାଇଛି ଯେ, ଆମେ ମାନେ ନିଜ ଲାଭର ଅର୍ଥ ଅନ୍ୟ କୌଣସି ସ୍ଥାନରେ ନ ରଖି ତାହାକୁ ମଧ୍ୟ ବ୍ୟାଙ୍କ ସେକ୍ଟରରେ ରଖିଛୁ । ତେଣୁ ଆମର ବିଶ୍ୱାସ ଖୁବ ଶୀଘ୍ର ଏହାର ସମାଧାନ ହୋଇପାରିବ ।

କିନ୍ତୁ, ରିଜର୍ଭବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ, ୨୦୧୯ ମସିହା ମାର୍ଚ୍ଚ ମାସ ସୁଦ୍ଧା ଯଦି ପରିସ୍ଥିତି ଠିକ ନ ହୁଏ । ତେବେ କେବଳ ସରକାରୀ ନୁହେଁ ବରଂ ବେସରକାରୀ ବ୍ୟାଙ୍କ ମଧ୍ୟ ପ୍ରଭାବିତ ହେବେ । ରିଜର୍ଭବ୍ୟାଙ୍କ ପକ୍ଷରୁ ଗଣମାଧ୍ୟମର ଏକ ସାକ୍ଷାତକାରରେ କୁହାଯାଇଛି ଯେ, ଆଜି ବ୍ୟାଙ୍କର ଏଭଳି ଅବସ୍ଥା ପାଇଁ କେନ୍ଦ୍ର ସରକାର ମଧ୍ୟ କେତେକ ପରିମାଣରେ ଦାୟୀ । ତେବେ କେତେକ ଯୋଜନାରେ ବ୍ୟାଙ୍କ ମଧ୍ୟ କ୍ଷତି ସହୁଛି । ତେଣୁ ଏହା ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି । ବ୍ୟାଙ୍କ ଅତିରିକ୍ତ ଟଙ୍କା ନିଜ ଫଣ୍ଡରେ ରଖିଥିଲେ ମଧ୍ୟ ଚଳିତ ବର୍ଷ ଟଙ୍କାର ଅନେକ ଅଭାବ ରହିଛି ।

ନିର୍ବାଚନ ବର୍ଷରେ ଯଦି ଦେଶର ବ୍ୟାଙ୍କ ଗୁଡିକର ଏପରି ଅବସ୍ଥା ଦୁଏ । ତେବେ ଦେଶ ପାଇଁ ଏହା ହିତକର ନୁହେଁ ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି । କେନ୍ଦ୍ର ସରକାର ଯେପରି ଭାବରେ ସବୁ ଜାଣି ଚୁପ ବସିଛନ୍ତି । ସେପରି ହେଲେ ପରିସ୍ଥିତି ଆହୁରି ଜଟିଳ ହୋଇପାରେ ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି ।