ଦିନକୁ ୧୦ହଜାର ! ବିମୁଦ୍ରାକରଣର ୬୮ଦିନରେ ବଢିଲା ଟଙ୍କା ଉଠାଣ ସୀମା

28

କନକ ବ୍ୟୁରୋ: ଏଟିଏମରୁ ଉଠାଇବା ସୀମା ବଢ଼ିଲା । ବର୍ତ୍ତମାନ ସଂଚୟ ଖାତାରୁ ଏଟିଏମ୍ ଜରିଆରେ ଦିନକୁ କାର୍ଡ ପିଛା ୧୦ ହଜାର ଟଙ୍କା ଉଠାଇହେବ । ବିମୁଦ୍ରାକରଣ ପରେ ଏହି ସୀମାକୁ ୪ ହଜାର ୫୦୦ ଟଙ୍କାକୁ କମାଇ ଦିଆଯାଇଥିଲା । ମଝିରେ ଏହି ସୀମାକୁ ଅଢ଼େଇ ହଜାର ପର୍ଯ୍ୟନ୍ତ ମଧ୍ୟ କମାଇ ଦିଆଯାଇଥିଲା ।

ସେହିଭଳି କରେଂଟ୍ ଆକାଉଂଟ୍ ବା ଚଳନ୍ତି ଖାତାରୁ ବର୍ତ୍ତମାନ ଦିନକୁ କାର୍ଡ ପିଛା ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଉଠାଇହେବ । ବିମୁଦ୍ରାକରଣ ପରେ ଏହି ସୀମାକୁ ୫୦ ହଜାର ଟଙ୍କାକୁ କମାଇ ଦିଆଯାଇଥିଲା । ରିଜର୍ଭ ବ୍ୟାଙ୍କ୍ ପକ୍ଷରୁ ଆଜି ଏହି ଘୋଷଣା କରାଯାଇଛି ଓ ଏହା ତତ୍କାଳ ଲାଗୁ ହୋଇଛି । ଏହାଦ୍ୱାରା ସାଧାରଣ ନାଗରିକ ଓ ବ୍ୟବସାୟୀମାନଙ୍କ ପାଇଁ କଟକଣା କୋହଳ ହୋଇଛି ।