ସରକାର ଓ ରିଜର୍ଭ ବ୍ୟାଙ୍କ ବିବାଦକୁ ନେଇ ନୂଆ ତଥ୍ୟ : ରିଜର୍ଭ ବ୍ୟାଙ୍କ ପାଖରେ ଥିବା ପାଣ୍ଠି ଉପରେ ସରକାରଙ୍କ ଆଖି ନେଇ ବିରୋଧୀଙ୍କ ଅଭିଯୋଗ, ସେପଟେ ଅଭିଯୋଗକୁ ଖଣ୍ଡନ କଲେ କେନ୍ଦ୍ର ସରକାର

ସରକାର ଓ ରିଜର୍ଭ ବ୍ୟାଙ୍କ ବିବାଦକୁ ନେଇ ନୂଆ ନୂଆ ତଥ୍ୟ ସାମନାକୁ ଆସିବାରେ ଲାଗିଛି

72

କନକ ବ୍ୟୁରୋ : ସରକାର ଓ ରିଜର୍ଭ ବ୍ୟାଙ୍କ ବିବାଦକୁ ନେଇ ନୂଆ ନୂଆ ତଥ୍ୟ ସାମନାକୁ ଆସିବାରେ ଲାଗିଛି । ଆଉ ଏମିତି ସମୟରେ ଏବେ ଏକ ନୂଆ ଚର୍ଚ୍ଚା ଜୋର ଧରିଛି । ରିଜର୍ଭ ବ୍ୟାଙ୍କ ପାଖରେ ଥିବା ବିପୁଳ ପାଣ୍ଠି ଉପରେ କେନ୍ଦ୍ର ସରକାର ନଜର ପକାଇଥିବା ଅଭିଯୋଗ କରିଛନ୍ତି ବିରୋଧି । ରିଜର୍ଭ ବ୍ୟାଙ୍କ ପାଖରେ ୯ ଲକ୍ଷ ୫୯ ହଜାର କୋଟି ଟଙ୍କାର ପାଣ୍ଠି ରହିଛି । ସେଥିରୁ ୩ ଲକ୍ଷ ୬ ହଜାର କୋଟି ସରକାର ଚାହୁଁଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଗତ ୫ ତାରିଖରେ ଟ୍ୱିଟ୍ କରି ରାହୁଲ ଗାନ୍ଧି ମୋଦି ସରକାରଙ୍କ ଆର୍ଥିକ ନୀତିକୁ କଟାକ୍ଷ କରିଥିଲେ । ଲେଖିଥିଲେ ମୋଦିଙ୍କ ଭୁଲ ନିଷ୍ପତି ଯୋଗୁଁ ଅର୍ଥନୀତିର ଯେଉଁ ଦୁର୍ଗତି ହୋଇଛି ତାକୁ ସୁଧାରିବା ପାଇଁ ସରକାର ୩ ଲକ୍ଷ ୬ଜାର କୋଟି ଟଙ୍କା ମାଗିଛନ୍ତି ।

 

ଏପରିକି ଗୁରୁବାର ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦମ୍ବରମ କହିଥିଲେ ଯେ ସରକାର ରିଜର୍ଭ ବ୍ୟାଙ୍କକୁ ୧ ଲକ୍ଷ କୋଟି ଟଙ୍କା ଦେବାପାଇଁ ଚାପ ପକାଉଛନ୍ତି । ଗଣମାଧ୍ୟମରେ ଏଭଳି ଖବର ପ୍ରଚାର ପରେ ଅର୍ଥନୈତିକ ବ୍ୟାପାର ସଚିବ ସୁଭାଷ ଗର୍ଗ କହିଛନ୍ତି ରିଜର୍ଭ ବ୍ୟାଙ୍କ ଠାରୁ ସରକାର କୌଣସି ଟଙ୍କା ମାଗିନାହାନ୍ତି । ଟ୍ୱିଟ୍ କରି ସ୍ପଷ୍ଟ କରିଛନ୍ତି, ରିଜର୍ଭ ବ୍ୟାଙ୍କ ସହିତ କେବଳ ଅର୍ଥନୈତିକ ପୁଞ୍ଜି ଫ୍ରେମୱ।ର୍କକୁ ନେଇ ଆଲୋଚନା ହୋଇଛି । ଅର୍ଥାତ୍ ଅର୍ଥନୀତି ପ୍ରତି ରହିଥିବା ବିଭିନ୍ନ ବିପଦକୁ ବିଚାରକୁ ନେଇ ରିଜର୍ଭ ବ୍ୟାଙ୍କ ପାଖରେ କେତେ ଟଙ୍କା ରହିବା କଥା ସେ ବାବଦରେ ତଥ୍ୟ ମାଗିଛନ୍ତି କେନ୍ଦ୍ର ସରକାର ।