ନୂଆ ୧୦୦ ଟଙ୍କିଆ ନୋଟ୍ ଜାରି କରିବ ଆରବିଆଇ : ଅଚଳ ହେବନି ପୁରୁଣା ନୋଟ୍

24

କନକ ବ୍ୟୁରୋ : ନୂଆ ୧୦୦ ଟଙ୍କିଆ ନୋଟ ବଜାରକୁ ଛାଡିବ ଭାରତୀୟ ରିଜର୍ଭ ବ୍ୟାଙ୍କ । ତେବେ ପୁରୁଣା ୧୦୦ ଟଙ୍କିଆ ନୋଟରେ ମଧ୍ୟ କାରବାର ହୋଇପାରିବ ବୋଲି ସ୍ପଷ୍ଟ କରିଛି ଆରବିଆଇ ।

ନୂଆ ନୋଟରେ କେତେକ ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ନୂଆ ନୋଟରେ ନୂଆ ଆରବିଆଇ ଗଭର୍ଣ୍ଣର ଉର୍ଜିତ ପଟେଲଙ୍କ ଦସ୍ତଖତ ସହ ୨୦୧୬ ଛପା ଯାଇଛି । ନମ୍ବର ପ୍ୟାନେଲରେ କୌଣସି ଅନସେଟ ଲେଟର ରହିବ ନାହିଁ ।

ନୂଆ ୧୦୦ ଟଙ୍କିଆ ନୋଟରେ ନମ୍ବର ପ୍ୟାନେଲ ବାମରୁ ଡାହାଣ ପଟକୁ ସାନରୁ ବଡ କ୍ରମରେ ରହିଛି । ପୁରୁଣା ନୋଟରେ ଦୃଷ୍ଟିହୀନଙ୍କ ପାଇଁ ବ୍ଲିଡ ଲାଇନ ନଥିବାବେଳେ ନୂଆ ୧୦୦ ଟଙ୍କିଆ ନୋଟରେ ଏହି ସୁବିଧା ରହିଛିି ।

ଏଥିସହ ଅପେକ୍ଷାକୃତ ବଡ ଆଇଡେଂଟିଫିକେସନ ମାର୍କ ମଧ୍ୟ ରଖାଯାଇଛି । ତେବେ କେତେ ପରିମାଣର ନୂଆ ୧୦୦ ଟଙ୍କିଆ ନୋଟ ଆସିବ ଓ କେବେ ଆସିବ ସେନେଇ ଆରବିଆଇ ପକ୍ଷରୁ କିଛି କୁହାଯାଇ ନାହିଁ ।