ପିଲାଙ୍କୁ ଅନ୍ଧ ଭଳି ଭଲ ପାଇ ଭୁଲ କରନି । ଜାଣନ୍ତୁ କାହିଁକି ଏମିତି କହିଲେ ବିଜୟପଥ ସିଂଘାନିଆ

132

କନକ ବ୍ୟୁରୋ: ପିଲାଙ୍କୁ ସ୍ନେହ କରିବା ଓ ଭଲପାଇବା ଠିକ କିନ୍ତୁ ସେମାନଙ୍କୁ ଅନ୍ଧଭଳି ଭଲ ପାଇବା ଭୁଲ ହୋଇପାରେ । ସାରାଦେଶର ପିତାମାତାଙ୍କ ପାଇଁ ଏଭଳି ସନ୍ଦେଶ ଦେଇଛନ୍ତି ଅବସରପ୍ରାପ୍ତ ଟାଇକୁନ ବିଜୟପଥ ସିଂଘାନିଆ । ହେଲେ କାହିଁକି ଏମିତି କହିଲେ ସେ, ଜାଣିବା ପାଇଁ ପଢ଼ନ୍ତୁ ଏହି ରିପୋର୍ଟ ।

ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବିଜିନେସ ଟାଇକୁନ ବିଜୟପଥ ସିଂଘାନିଆ । ଦିନେ ସମସ୍ତଙ୍କ ପାଇଁ ଆଦର୍ଶ ଥିବା ଲୋକଟି ଆଜି ଏକୁଟିଆ । ମୁଣ୍ଡ ଉପରେ ଛାତ ନାହିଁ । ଜୀବନର ଶେଷ ପାହାଚରେ ସେ ନ୍ୟାୟ ପାଇଁ ଲଢ଼େଇ କରୁଛି ନିଜ ପୁଅ ସହିତ । ତାହା ପୁଣି ସମ୍ପତ୍ତି ପାଇଁ । ଭାଗ ପାଇବାକୁ ନୁହେଁ ବରଂ ହକ୍ ପାଇବାକୁ । କାରଣ ତାଙ୍କ ପୁଅ ଗୌତମ ସିଂଘାନିଆ ତାଙ୍କୁ ସମ୍ପତ୍ତି ଅଧିକାରରୁ ବଞ୍ଚିତ କରିଛନ୍ତି ।

୬ହଜାର କୋଟି ସମ୍ପତ୍ତିକୁ ପରିଚାଳନା କରୁଥିବା ପୁଅ ଗୌତମକୁ ୨୦୧୫ମସିହାରେ ୧ ହଜାର କୋଟି ଟଙ୍କାର ଅଂଶଧନ ଦେଇଥିଲେ । କିନ୍ତୁ ଦୁଇବର୍ଷ ପରେ ତାହା ଏକ କଚ୍ଚା ସଉଦା ବୋଲି ଜାଣିପାରିଥିଲେ । ତାଙ୍କର ସର୍ବସ୍ୱ ଜୀବା ପରେ ସେ ଏକ ଭଡାଘରେ ଜୀବନ କାଟୁଛନ୍ତି ଯେଉଁ ଭଡା ଦେବା ପାଇଁ ମଧ୍ୟ ତାଙ୍କ ପାଖରେ ଟଙ୍କାର ଅଭାବ ରହିଛି । ଯେଉଁଥିପାଇଁ ସେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସେ କହିଛନ୍ତି ଜୀବନର ୭୯ ବର୍ଷ ବୟସରେ ସେ କେବେ ଭାବି ନଥିଲେ ତାଙ୍କୁ ଏପରି ପରିସ୍ଥିତିର ସାମ୍ନା କରିବାକୁ ପଡିବ । ନିଜ ପୁଅ ସହ ଆଇନର ଲଢ଼େଇ ଲଢ଼ିବାକୁ ପଡିବ ।

ନଗରପାଳିକା ଠାରୁ ଅତିରିକ୍ତ ଲାଭ ହାତେଇବା ଉଦ୍ଦେଶ୍ୟରେ ଗୌତମ ରଚିଥିଲେ ଷଡଯନ୍ତ୍ର । ଯାହା ବାପା ବିଜୟପତ ଜାଣିପାରିଥିଲେ । ଦକ୍ଷିଣ ମୁମ୍ବାଇର ପୋସ ମାଲୱାରରେ ସେ ପରିବାର ସହ ରହୁଥିଲେ କିନ୍ତୁ ମ୍ୟୁନିସିପାଲିଟି ଠାରୁ ଲାଭ ପାଇବା ପାଇଁ ନିଜ ପିତାଙ୍କୁ ସ୍ୱେଚ୍ଛାକୃତ ଆତ୍ମସମର୍ପଣକାରୀ ସଜାଇଦେଇଥିଲା ପୁଅ ଗୌତମ । ତଥାପି ଗୌତମଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା । ଫଳସ୍ୱରୂପ ପିତା ବିଜୟପଥଙ୍କୁ ନ୍ୟାୟ ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ପଡିଛି ।