ରାୟଗଡାରେ ପୁଣି ମାତିଲେ ଲାଲବାହିନୀ ! କଲ୍ୟାଣସିଂହପୁର ଠିକା କ୍ୟାଂପରେ ପଶି ଜାଳିଦେଲେ ୧୦ଗାଡି

28

କନକ ବ୍ୟୁରୋ: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁରରେ ମାଓବାଦୀଙ୍କ ବର୍ବରକାଣ୍ଡ । ପାର୍ସୋଲି ପଂଚାୟତର ନରିଙ୍ଗତୋଲା ଗାଁରେ ମାଓବାଦୀଙ୍କ ହମଲା ହୋଇଥିବା ଖବର ସାମ୍ନାକୁ ଆସିଛି ।

ଗତକାଲି ରାତିରେ ଠିକା କ୍ୟାମ୍ପରେ ପଶି ରାସ୍ତା କାମରେ ନିୟୋଜିତ ୧୦ଟି ଗାଡ଼ିକୁ ପୋଡି ଦେଇଛନ୍ତି ମାଓବାଦୀ । ଗୁଣ୍ଡୁରିଗୁଡ଼ାଠାରୁ ଲାକପଦର ଯାଏଁ ଚାଲିଥିବା ରାସ୍ତାକାମକୁ ବିରୋଧ କରି ଲାଲବାହିନୀ ଏପରି କରିଥିବା ଜଣାପଡ଼ିଛି ।

୮ଜଣ ମୁଖାପିନ୍ଧା ମାଓବାଦୀ ଆସି କ୍ୟାମ୍ପରେ ଥିବା ଗାଡ଼ି ସବୁ ପୋଡ଼ିଥିଲେ । ଅନ୍ୟପଟେ ମାଓବାଦୀଙ୍କ ଆକ୍ରମଣରୁ ଅଳ୍ପକେ ଠାରୁ ବର୍ତିବା ପାଇଁ ଠିକା କାମ କରୁଥିବା ଠିକାଦାର ନିରଂଜନ ସାହୁ କ୍ୟାମ୍ପ ଛାଡ଼ି ପଳାଇଯାଇଥିଲେ ।