ଏଟିଏମରେ ଟଙ୍କା ଭରୁଥିବା ଏସଆଇଏସ୍ କର୍ମଚାରୀଙ୍କ ଚଚଂକତା :୨ ବର୍ଷରେ ତିନିଟି ଏଟିଏମରୁ ଲୁଟିଛନ୍ତି ୪୪ଲକ୍ଷ

47

ରାୟଗଡା : ଭରିବା ନାଁରେ ଲୁଟୁଥିଲେ । ଦୁଇବର୍ଷ ଧରି ଏଟିଏମରୁ ଟଙ୍କା ତୋରି କରିବା ପରେ ଧରା ପଡିଲେ ସିକ୍ୟୁରିଟି କଂପାନୀର ଦୁଇ କର୍ମଚାରୀ । ଦେଶର ସବୁଠାରୁ ବଡ ସିକ୍ୟୁରିଟି କମ୍ପାନୀ ଏସଆଇଏସର ଦୁଇ କର୍ମଚାରୀ ପ୍ରଭାତ କୁମା ଓ ଉମା ଶଙ୍କରଙ୍କୁ ଗିରଫ କରିଛି ରାୟଗଡା ପୁଲିସ୍ ।

ଦେଶର ଜଣାଶୁଣା ସିକ୍ୟୁରିଟି କଂପାନୀ ଏସଆଇଏସ୍ କ୍ୟାସ୍ ସର୍ଭିସ୍ ପ୍ରାଇଭେଟ୍ ଲିମିଟେଡ୍ । ସାରା ଦେଶରେ ଏ କଂପାନୀର କର୍ମଚାରୀ । ଦେଶର ଅଧିକାଂଶ ଏଟିଏମରେ ଟଙ୍କା ଭର୍ତ୍ତି କରନ୍ତି ଏ କଂପାନୀର କର୍ମଚାରୀ । ହେଲେ ଭରୁ ଭରୁ ଚୋରୀ କରିଛନ୍ତି ଏହି ଦୁଇ କର୍ମଚାରୀ । ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏମାନଙ୍କ କାରନାମା । ଦୀର୍ଘ ୨ ବର୍ଷ ଧରି ବ୍ୟାଙ୍କ୍ ଅଫ୍ ଇଣ୍ଡିଆ, ଷ୍ଟେଟ୍ ବ୍ୟାଙ୍କ୍ ଓ ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କର ଏଟିଏମରେ ଟଙ୍କା ଭରୁଥିଲେ ଏମାନେ ।

ହେଲେ ବ୍ୟାଙ୍କ୍ କର୍ମଚାରୀଙ୍କ ଆଖିରେ ଧୂଳି ଦେଇ ଏମାନେ ମୋଟା ଅଙ୍କର ଟଙ୍କାରୁ କିଛି କିଛି ଚୋରୀ କରି ନେଉଥିଲେ । ଆଉ ନିଅଂଟର ଅଭିଯୋଗ ଆସିଲେ , ଅନ୍ୟ ଏଟିଏମରୁ ଆଣି ଭରି ଦେଉଥିଲେ । ଅଭିଯୋଗ ଅନୁଯାୟୀ ଦୁଇ ବର୍ଷ ଭିତରେ ତିନିଟି ଏଟିଏମରୁ ଭରିବା ନାଁରେ ଲୁଟ୍ କରିଛନ୍ତି ୪୪ ଲକ୍ଷରୁ ଅଧିକ ଟଙ୍କା । ତେବେ ଏନେଇ ଏସଆଇଏସର ବରିଷ୍ଠ ଅଧିକାରୀ । ଆଉ ଛାନଭିନ୍ ପରେ ଜଣା ପଡିଥିଲା ଚୋରୀ ପଛର ସତ ।
ପୁଲିସ୍ ପ୍ରଭାତ ଓ ଉମାଶଙ୍କରଙ୍କୁ ଗିରଫ କରିଛି । ସେମାନଙ୍କ ପାଖରୁ ନଗଦ ୫ ଲକ୍ଷ ଟଙ୍କା ଜବତ କରାଯାଇଛି । ତେବେ ତଦନ୍ତ ପରେ ଜଣା ପଡିବ କେବଳ ଏ ଚୋରୀ ପଛର ଅନ୍ୟର ହାତ ରହିଛି କି ନାହିଁ ।