ରାୟଗଡା : ବୋଲେରୋ ସହ ଟ୍ରକ ମୁହାଁମୁହିଁ ଧକ୍କା, ୩ ମୃତ, ୭ ଗୁରୁତର

62

ରାୟଗଡା : ଖଲିଗୁଡା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା  । ବୋଲେରୋ ସହ ଟ୍ରକର ମୁହାଁମୁହିଁ ଧକ୍କାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ରାୟଗଡା ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମେଡିକାଲରେ ଅନ୍ୟ ୨ଜଣଙ୍କର ମୃତ୍ୟୁ ହୋଇଛି । ତେବେ ଆହତମାନଙ୍କର ଅବସ୍ଥା ସଙ୍କଟାପର୍ଣ୍ଣ ରହିଥିବା ଜଣାପଡିଛି ।

ବୋଲେରୋଟିି ରାୟଗଡାରୁ ଗୁଣୁପୁରକୁ ଖବର କାଗଜ ନେଇ ଯାଉଥିବ ସମୟରେ ଘଟିଛି ଦୁର୍ଘଟଣା । ତେବେ ଦୁର୍ଘଟଣା ଘଟାଇ ଟ୍ରକଟି ଫେରାର ହୋଇଯାଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ପୁଲିସ ପହଂଚି ଅନୁସଂଧାନ ଜାରି ରଖିଛି ।