ରାୟଗଡ଼ା ବେମ୍ବେର ଗାଁରେ ଝାଡାବାନ୍ତି ଆତଙ୍କ : ମହଙ୍ଗା ପଡୁଛି ଅନ୍ଧବିଶ୍ୱାସ

20

ରାୟଗଡ଼ା : ନିୟମଗିରିରେ ଝାଡାବାନ୍ତିର ତାଣ୍ଡବ । ଝାଡାବାନ୍ତିରେ ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି । ମଡକ ଭୟରେ ଗାଁ ଛାଡି ଡଙ୍ଗରକୁ ଗଲେ ବେମ୍ବେର ବାସୀ । ଜିଲ୍ଲା ପ୍ରଶାସନ ବିଭିନ୍ନ ସ୍ଥାନରେ ସ୍ୱାସ୍ଥ୍ୟ ଶିବିର କରି ଲୋକଙ୍କୁ ସେବା ଯୋଗାଉଛି ,ହେଲେ ଝାଡାବାନ୍ତିକୁ ରୋକିବାରେ ବିଫଳ ହୋଇଛି ପ୍ରଶାସନ । ଜନଶୂନ୍ୟ ହୋଇପଡିଛି ନିୟମଗିରିର ବେମ୍ବେର। ଭୟରେ ଗାଁ ଛାଡି ଡଙ୍ଗରକୁ ଚାଲି ଯାଇଛନ୍ତି ଗ୍ରାମବାସୀ ।

ଡଙ୍ଗରିଆଙ୍କ ଜୀବନ ଏବେ ବିପଦରେ । ଦେଖାଦେଇଛି ମହାମାରୀ ଝାଡାବାନ୍ତି । ଗାଁ ରୁ ଗାଁକୁ ବ୍ୟାପିବାରେ ଲାଗିଛି । ୧୧ଜଣଙ୍କ ଜୀବନ ଗଲାଣି । ସେପଟେ ଜିଲ୍ଲାପ୍ରଶାସନ ବିଭିନ୍ନ ସ୍ଥାନରେ ସ୍ୱାସ୍ଥ୍ୟ ଶିବିର କରି ଲୋକଙ୍କୁ ସେବା ଯୋଗାଉଛି । ହେଲେ ସୁଧୁରୁନି ସ୍ଥିତି । ଦିନକୁ ଦିନ ଆହୁରି ବିଗିଡିବାରେ ଲାଗିଛି । ଏବେ ପାର୍ସାଲି ପଂଚାୟତର ସାରିଝୋଲା, ନିଶିଖାଲ,ବେମ୍ବେର, ଫାକୋରି, ତାଡିମୁହିଁ ଗାଁରେ ଝାଡାବାନ୍ତି ବ୍ୟାପିବାରେ ଲାଗିଛି ।

ଅନେକ ଆକ୍ରାନ୍ତ ହୋଇ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ଗୁରୁତରଙ୍କୁ ରାୟଗଡା ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଉଛି । ଏନେଇ ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥାର କ୍ଷେତ୍ର ଅଧିକାରୀ କହୁଛନ୍ତି ଗୋ ମାଂସ ଖାଉଥିବାରୁ ଏପରି ହେଉଛି ।

ତେବେ ପ୍ରଶ୍ନ ଉଠୁଛି ଯଦି ଡଙ୍ଗରିଆମାନେ ଅଖାଦ୍ୟ ଖାଇ ମହାମାରୀର ଆକ୍ରାନ୍ତ ହେଉଛନ୍ତି ସେମାନଙ୍କୁ କେବେ ପ୍ରଶାସନ ସଚେତନ କରିବ? ଆଉ କେବେ ଏହି ମହାମାରୀ କବଳରୁ ମୁକ୍ତି ପାଇବେ ଡଙ୍ଗରିଆ?