ଖୋଲିଲା ମା’ ମଝିଘରିଆଣୀଙ୍କ ମନ୍ଦିର ହୁଣ୍ଡି ! ବାହାରିଲା ବହୁ ଅଚଳ ୧ହଜାର ଓ ୫ଶହ ଟଙ୍କିଆ ନୋଟ୍

32

କନକ ବ୍ୟୁରୋ : ରାୟଗଡାର ଅଧିଷ୍ଟାତ୍ରୀ ଦେବୀ ମା’ ମଝିଘରିଆଣୀ । ଚଳିତ ବର୍ଷ ଦ୍ୱିତୀୟ ଥର ପାଇଁ ଖୋଲା ଯାଇଛି ମନ୍ଦିରର ହୁଣ୍ଡି । ଗତ ମାର୍ଚ୍ଚ ୨୮ ତାରିଖରେ ପ୍ରଥମଥର ପାଇଁ ଖୋଲାଯାଇଥିଲା ମା’ଙ୍କ ମନ୍ଦିର ହୁଣ୍ଡି । ଚଳିତଥର ହୁଣ୍ଡି ଖୋଲିଲା ପରେ ହୁଣ୍ଡିରୁ ବାହାରିଛି ବହୁ ପୁରୁଣା ଅଚଳ ୧ହଜାର ଓ ୫ଶହ ଟଙ୍କିଆ ନୋଟ୍ । ବର୍ତ୍ତମାନ ସୁଦ୍ଧା ୧୧ଲକ୍ଷ ଟଙ୍କାର ଅଚଳ ୧ହଜାର ଓ ୫ଶହ ଟଙ୍କିଆ ନୋଟ ମିଳିଥିବା ବେଳେ ଏହାର ପରିମାଣ ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି ।

ଗତଥର ହୁଣ୍ଡିରୁ ୩୦ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଆଦାୟ ହୋଇଥିବା ବେଳେ ଚଳିତବର୍ଷ ୫୦ଲକ୍ଷରୁ ଉର୍ଦ୍ଧ୍ୱ ବାହାରିବା ନେଇ ଆଶା କରାଯାଉଛି । ଚଳିତଥର ହୁଣ୍ଡି ଟଙ୍କା ଗଣିବା ଦାୟିତ୍ୱ ଆନ୍ଧ୍ର ବ୍ୟାଙ୍କ ନେଇଥିବା ବେଳେ ସେମାନଙ୍କୁ ସାହାଯ୍ୟ କରୁଛନ୍ତି ସତ୍ୟସାଇ ସେବା ସମିତି ଓ ଭେଙ୍କେଟେଶ୍ୱର ମନ୍ଦିର କମିଟି । ଆଦାୟ ଟଙ୍କା ଆନ୍ଧ୍ର ବ୍ୟାଙ୍କରେ ଜମା କରାଯିବ ବୋଲି ମନ୍ଦିର କମିଟି ସୂଚନା ଦେଇଛି ।