ଭରା ନଈରେ ଗର୍ଭବତୀ ! ପଛୁଆ ଇଲାକାରେ ପୁଣି ଅସହାୟ ମହିଳାଙ୍କ ଚିତ୍ର

52

କନକ ବ୍ୟୁରୋ : ଭରା ନଈରେ ଭାରରେ ବୁହା ଗର୍ଭବତୀ । ନଦୀର ପ୍ରଖର ସୁଅରେ ଆଗେଇ ଚାଲିଛି ମଣିଷ ଆମ୍ବୁଲାନ୍ସ । ଟିକେ ପାଦ ଖସିଲେ କଥା ସରିଲା । ତଥାପି ଜୀବନକୁ ବାଜି ଲଗାଇ ନଦୀ ପାର ହେଉଛନ୍ତି ସମ୍ପର୍କୀୟ ଓ ଗ୍ରାମବାସୀ । ୪ ଜଣଙ୍କ କାନ୍ଧରେ ଖଟିଆ ଆଉ ତା ଉପରେ ଆସନ୍ନ ପ୍ରସବା । ଏଠି ଗର୍ଭ ଯନ୍ତ୍ରଣାଠୁ ବଳି ପଡିଛି ଜନନୀର ଯାତନା ।

ଉଛୁଳା ନଈରେ ବାଜି ଲାଗିଛି ଜୀବନ । ଦିନେ କି ଦୁଇ ଦିନର ନୁହେଁ, ଏଦୃଶ୍ୟ ବର୍ଷ ବର୍ଷର । ନାଗାବଳୀରେ ପାଣି ଆସିଲେ ବଢିଯାଏ ନଇକୂଳିଆଙ୍କ ଦୁଃଖ । ବାଧ୍ୟହୋଇ ବଢି ନଈ ପାଣିରେ ରୋଗୀଙ୍କୁ ବୋହିଥାନ୍ତି ରାୟଗଡା ସିକରପାଇ ପଂଚାୟତ ତଳସଜା ଗ୍ରାମବାସୀ । ଗାଁକୁ ଯିବାକୁ ଅନ୍ୟ ରାସ୍ତା ନାହିଁ । ଭରା ନଈ ହିଁ ସାହା ଭରସା । ଏଭଳି ସ୍ଥିତିରେ ଗରିବ ଗ୍ରାମବାସୀ କରିବେ କଣ । ଖଟିଆରେ ଗର୍ଭବତୀଙ୍କୁ ବୋହି ନଦୀ ପାର କରାଇଲେ ।

ଗତ ୧୫ ଦିନ ମଧ୍ୟରେ ଏହା ଦ୍ୱିତୀୟ ଘଟଣା । କିଛି ଦିନ ପୂର୍ବରୁ ଏମିତି ହିଁ ଜଣେ ଗର୍ଭବତୀଙ୍କୁ କାନ୍ଧରେ ବୋହି ନଈ ପାର କରାଇଥିଲେ ଗ୍ରାମବାସୀ । ଏବେ ଅପେକ୍ଷା, କେବେ କମିବ ଜନନୀ ଯନ୍ତ୍ରଣା ।