ପୁଣି ସ୍ୱାମୀ କାନ୍ଧରେ ବୁହା ହେଲେ ସ୍ତ୍ରୀ : ସାମ୍ନାକୁ ଆସିଲା କଲ୍ୟାଣସିଂହପୁରରେ ରୋଗୀ କଲ୍ୟାଣର ବାସ୍ତବ ଚିତ୍ର

32

ରାୟଗଡା : ପୁଣି ସ୍ୱାମୀ କାନ୍ଧରେ ବୁହାହେଲେ ସ୍ତ୍ରୀ। ଏଥର ମୃତ ଦେହ ବଦଳରେ, କାନ୍ଧରେ ରୋଗିଣା ସ୍ତ୍ରୀକୁ ମେଡିକାଲ ବୋହି ନେଇଛନ୍ତି ସ୍ୱାମୀ । ଦାନମାଝୀ ପତ୍ନୀଙ୍କ ଶବକୁ କାନ୍ଧରେ ବୋହିବା ଘଟଣା ମନରୁ ନଲିଭୁଣୁ ପୁଣି ଆଉ ଜଣେ ସ୍ୱାମୀ ଚିକିତ୍ସା ପାଇଁ ଅସୁସ୍ଥ ସ୍ତ୍ରୀକୁ କାନ୍ଧରେ ବୋହି ନେଇଛି ଚିକିତ୍ସାଳୟକୁ । ଦୀର୍ଘ ୪କିଲୋମିଟର କାନ୍ଧରେ ବୋହି ନେଇଛି ସ୍ୱାମୀ । ଏଭଳି ଅଭାବନୀୟ ଘଟଣା ଘଟିଛି ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ଧାମୁଣିପଙ୍ଗା ପଂଚାୟତର ରାବୁଗୁଡା ରେ ।

ରାବୁଗୁଡା ଗ୍ରାମର ଅର୍ଜୁନ କରସିକାର ସ୍ତ୍ରୀ ରୁଆଇ କରସିକା୧୦ଦିନ ଧରି ଅସୁସ୍ଥ ଥିଲେ । ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ନିଜ କାନ୍ଧରେ ବସାଇ ନଦୀ ପାର ହୋଇ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଁଚିଥିଲେ। ଏବେ ରୁଆରଙ୍କ ଅବସ୍ଥା ଭଲ ରହିଥିବା ସୂଚନା ମିଳିଛି । ତେବେ ରାସ୍ତା ସୁବିଧା ନଥିବାରୁ ଏପରି ଆଣିବାକୁ ପଡିଥିଲା ବୋଲି କହିଛନ୍ତି ଅର୍ଜୁନ। ତେବେ ପ୍ରଶ୍ନ ଉଠୁଛି କାହା ପାଇଁ ସରକାରୀ ଯୋଜନା? ଏଠି ସବୁ ଯୋଜନା ଫେଲ୍ । ନା ମୃତ୍ୟୁ ପରେ ମିଳୁଛି ଶବକୁ ସମ୍ମାନ, ନା ଅସୁସ୍ଥ ଅବସ୍ଥାରେ ରୋଗୀଙ୍କୁ ସୁବିଧା ।