ଅଶାନ୍ତ ରାୟଗଡା ଜେଲ୍ : କାରାଗାର ଭିତରେ କଏଦୀଙ୍କୁ ସଂଘବଦ୍ଧ ଆକ୍ରମଣ

69

ରାୟଗଡ଼ା : ରାୟଗଡ଼ା ଜେଲ ଭିତରେ କଏଦୀଙ୍କୁ ସଂଘବଦ୍ଧ ଆକ୍ରମଣ । ଆକ୍ରମଣରେ ଜଣେ ବିଚରାଧିନ କଏଦୀ ଆହତ ହୋଇଛନ୍ତି । ଆହତ କଏଦୀ ଜଣକ ହେଲେ ତିର୍ଥବାସୀ ସାହୁ । ତାଙ୍କୁ ରାୟଗଡ଼ା ଡାକ୍ତରଖାନାରେ ଭର୍ତିକରାଯାଇଛି । ଦୁଇ ଦିନ ତଳେ ଗିରଫ ହୋଇ ଜେଲକୁ ଆସିଥିବା ତିର୍ଥବାସୀଙ୍କୁ ଅତର୍କିତ ଭାବେ ୪ ଜଣ ଏକଦୀ ଆକ୍ରମଣ କରିଥିଲେ । ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ଆକ୍ରମଣ ହୋଇଥିବା ଜେଲ ସୁପରିଟେଣ୍ଡଂଟ କରିଥିବା ବେଳେ ସୁରକ୍ଷା ବ୍ୟବସ୍ଥା ଠିକ୍ଥିବା ସେ କହିଛନ୍ତି ।