ରାୟଗଡ଼ା କର୍ମୀ ସମ୍ମିଳନୀ ପାଲଟିଲା ରଣକ୍ଷେତ୍ର : ସାଂସଦ ଓ ବିଧାୟକଙ୍କ ସାମନାରେ ଦୁଇ ଗୋଷ୍ଠୀ ହାତାହାତି

32

କନକ ବ୍ୟୁରୋ : ରାୟଗଡ଼ାର ବିଷମକଟକ ଥେରୁବାଲି ବିଜେଡ଼ି କର୍ମୀ ସମ୍ମିଳନୀ ପାଲଟିଲା ରଣକ୍ଷେତ୍ର । ବିଜେଡ଼ିର ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ । କର୍ମୀ ସମ୍ମିଳନୀ ଚାଲିଥିବାବେଳେ ଦୁଇ ଗୋଷ୍ଠୀ ହାତାହାତି ହୋଇଛନ୍ତି ।

ସମ୍ମିଳନୀରେ କୋରାପୁଟ ସାଂସଦ ଝିହ୍ନ ହିକ୍କା, ରାଜ୍ୟସଭା ସାଂସଦ ଏନ୍. ଭାଷ୍କର ରାଓ, ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା, ଲାଲ ବିହାରୀ ହିମିରୀକାଙ୍କ ଉପସ୍ଥିତିରେ ମୁହାଁମୁହିଁ ହୋଇଛନ୍ତି ଦୁଇ ଗୋଷ୍ଠୀ । ସୂଚନା ଅନୁଯାୟୀ ସାଂସଦ ଓ ବିଧାୟକମାନେ ଗାଁକୁ ଯାଉନଥିବାରୁ କିଛି ଅସନ୍ତୁଷ୍ଟ କର୍ମୀ ହୋହାଲ୍ଲା କରିଥିଲେ । ତାପରେ ଆରମ୍ଭ ହୋଇଥିଲା ତୁମୁଳୁକାଣ୍ଡ ।