ଗରିବ ହେଲେ ମଲର ଆଉ ଏକ ଚିତ୍ର : ରାୟଗଡା ରଘୁବାରି ଓ ଡିମିରିଗୁଡା ପଂଚାୟତରେ ପହଂଚିପାରୁନି ଆମ୍ବୁଲାନ୍ସ ସେବା

25

ରାୟଗଡା : ମରଣଜନ୍ତା ପାଲଟିଛି ଘାଟି । ପାଦେ ପାଦେ ଜୀବନ ପ୍ରତି ବିପଦ। ଟିକିଏ ପାଦ ଖସିଲେ ମୃତ୍ୟୁ ସହ ମୁହାଁମୁହିଁ । ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ରଘୁବାରି ଓ ଡିମିରିଗୁଡା ପଂଚାୟତ ଦେଇ ଯାଇଥିବା ରାସ୍ତାରେ ରୋଗୀଙ୍କୁ ଦୁଇଟି ସାଇକେଲରେ ଖଟ ବାନ୍ଧି ବୋହି ନେଉଛନ୍ତି ସଂପର୍କୀୟ । ଗତ ୮ ବର୍ଷ ହେଲାଣି ଏଭଳି ବିପଦସଂକୁଳ ଭାବେ ଯାଆ ଆସ କରୁଛନ୍ତି ଲୋକେ । ଘାଟିରେ ଜୀବନକୁ ପାଣି ଛଡାଇ ଯିବାକୁ ପଡୁଛି । ଏହି ଦୁଇ ପଂଚାୟତକୁ ଯାଇ ପାରୁନି କୌଣସି ୪ ଚକିଆ ଯାନ । ତେଣୁ ଗାଁରେ ଆମ୍ବୁଲାନ୍ସ ପହଂଚିବା ଅସମ୍ଭବ । ସେଥିପାଇଁ ରୋଗୀଙ୍କୁ ହସ୍ପିଟାଲ ନେବା ପାଇଁ ଏଭଳି ବିକଳ୍ପପନ୍ଥା ଆପଣେଇଛନ୍ତି ଲୋକେ । ଗତ ୨୦୦୮ରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ଏ ରାସ୍ତା ମରାମତି କାମ ଆରମ୍ଭ ହୋଇଥିଲା । ମୋଟ ୫ କିଲୋମିଟର ରାସ୍ତାରୁ ୨ କିଲୋମିଟର ଶେଷ ହୋଇଥିବାବେଳେ ବାକି ୩ କିଲୋମିଟର ଘାଟି ରାସ୍ତା ସେମିତି ରହିଛି । ରାସ୍ତା ନିର୍ମାଣ ଦାବିରେ ଏହି ଦୁଇ ପଂଚାୟତବାସୀ ଗତ ସାଧାରଣ ନିର୍ବାଚନ ବର୍ଜନ କରିଥିଲେ । ଏପରିକି ଶୀଘ୍ର ରାସ୍ତା ତିଆରି ଦାବିରେ ଆମ୍ବଦଳା ରାସ୍ତା ବି ଅବରୋଧ କରିଥିଲେ ପଂଚାୟତବାସୀ , ହେଲେ ଏହାର ପ୍ରଭାବ ପ୍ରଶାସନ ଉପରେ ପଡିନାହିଁ। ଅଧିକ ତଥ୍ୟ ଦେଖନ୍ତୁ ଏହି ଭିଡିଓରେ :