ମଣିଷଠାରୁ ବି ବିଶ୍ୱାସୀ କୁକୁର : ରାୟଗଡ ବ୍ଲକ ସେବକପୁର ଗାଁର ଘଟଣା କୁ ନେଇ ଏବେ ଚର୍ଚ୍ଚା

146

ଗଜପତି : ମାଲିକଙ୍କ ପାଇଁ ନିଜ ଜୀବନକୁ ବାଜି ଲଗାଇଦେଲା । ୪ଟି ବିଷଧର ସାପ ସହ ଘମାଘୋଟ ଲଢେଇ ପରେ ଜୀବନ ହାରିଲା ରକି । ଏହା ହେଉଛି ପ୍ରଭୁ ଭକ୍ତ କୁକୁର ରକିର କାହାଣୀ । ଗଜପତି ଜିଲ୍ଲା ରାୟଗଡ ବ୍ଲକ ସେବକପୁର ଗାଁର ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ମାଲିକ ଦିବାକର ରାଉତ ତାଙ୍କ ଘର ପାଖ ଜମିରେ ଗାଈ ଚରାଉଥିବା ବେଳେ ପାଖରେ ଥିଲା ରକି, ହଠାତ ୪ଟି ବିଷଧର ସାପ ଗାଈ ପଲ ମାଲିକ ଦିବାକରଙ୍କୁ ଆକ୍ରମଣ କଲାବେଳେ ପ୍ରତିବନ୍ଧକ ସାଜିଥିଲା ରକି । ତା ପରେ ଆରମ୍ଭ ହେଲା ସାପ ସହ ରକିର ଲଢେଇ, ୪ଟି ସାପକୁ କାମୁଡି କାମୁଡି ମାରିଦେଇଥିଲା ଏହି କୁକୁର । ଶେଷରେ ନାଗ ସାପର ଚୋଟରେ ସେହିଠି ଟଳି ପଡିଥିଲା ରକି । ଏହି ଘଟଣା ଏବେ କୁକୁରର ପ୍ରଭୁ ଭକ୍ତିର କାହାଣୀ ବଖାଣୁଛି । ଅଧିକ ତଥ୍ୟ ଦେଖିବା ଏହି ଭିଡିଓରେ :