୭୫ ଦିନରେ ୭୫ଟି ମାରାଥନ : ୭୫ତମ ଜନ୍ମଦିନ ପାଳିଲେ ରେ ମାଥ୍ୟୁଜ୍

39

6ଲୋକମାନେ ନିଜର ଜନ୍ମ ଦିନକୁ କିଏ କେତେ ଢଙ୍ଗରେ ପାଳିଥାନ୍ତି । ମଜାମଜଲିସରେ କାଟିଥାନ୍ତି ଜନ୍ମ ଦିନକୁ । କିନ୍ତୁ ବ୍ରିଟେନର ଦକ୍ଷିଣ ୟାର୍କଶାୟରେ ରହୁଥିବା ରେ ମାଥ୍ୟୁଜ୍ ଏଥିରୁ ବ୍ୟତିକ୍ରମ । ନିଜର ୭୫ତମ ଜନ୍ମଦିନକୁ ଭିନ୍ନ ତରିକାରେ ପାଳିଛନ୍ତି ସେ ।

4ନିଜର ୭୫ତମ ଜନ୍ମଦିନ ପୂର୍ବରୁ ସେ ମନରେ ଏକ ଭିନ୍ନ ଚିନ୍ତା କରିଥିଲେ । ନିଜର ୭୫ତମ ଜନ୍ମଦିନକୁ ସେ ଏକ ସ୍ମୃତିମୟ କରିବାକୁ ଚାହିଁଥିଲେ । ପୂର୍ବ ପ୍ରସ୍ତୁତି ଅନୁସାରେ ୭୫ ଦିନରେ ୭୫ଟି ମାରାଥନରେ ରେ ମାଥ୍ୟୁଜ୍ ପୂରା କରିଥିଲେ ଏବଂ ଏଥିରୁ ସଂଗୃହିତ ୧୧.୫ଲକ୍ଷ ଟଙ୍କାକୁ ସେ ନିଜ ଜନ୍ମ ଦିନ ଉପହାର ଭାବରେ ଏକ ଏକ ସ୍କୁଲକୁ ଦାନ କରିଥିଲେ ।

ଅଦ୍ଭୂତ ନିଶା ଓ ପ୍ରଚେଷ୍ଟା ରେ ମାଥ୍ୟୁଜଙ୍କର । ୭୫ ବର୍ଷରେ ବି ସେ ସାବ୍ୟସ୍ତ କରିପାରିଛନ୍ତି ନିଜକୁ ଜଣେ ଲଙ୍ଗ୍ ଡିଷ୍ଟାନ୍ସ ରନର ଭାବରେ । ରେ ମାଥ୍ୟୁଜଙ୍କର ଏଭଳି ସଫଳତା ଓ ବଦାନ୍ୟତାକୁ ନେଇ ଚାରିଆଡେ ଚର୍ଚ୍ଚା ।