ଓଡ଼ିଶାରେ କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ! କଟକରେ ଟ୍ରିବ୍ୟୁନାଲ ବିଲ୍ଡିଂ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ହେବେ ସାମିଲ

21

କନକ ବ୍ୟୁରୋ : ଭୁବନେଶ୍ୱରରେ କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ । ଆଜି ସକାଳେ ସେ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିବାକୁ ଲିଙ୍ଗରାଜ ମନ୍ଦିର ଯିବେ । ଏହାପରେ କଟକ ଯାଇ ସେଠାରେ ଆୟକର ବିଭାଗ ଟ୍ରିବ୍ୟୁନାଲ ବିଲ୍ଡିଂର ଭିତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ଯୋଗ ଦେବେ ରବିଶଙ୍କର ପ୍ରସାଦ । କଟକରେ ହେବାକୁ ଥିବା ଆୟକର ବିଭାଗ ଟ୍ରିବ୍ୟୁନାଲ ବିଲ୍ଡିଂର ଭିତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ସାମିଲ ହେବେ କେନ୍ଦ୍ର ଆଇନ ମନ୍ତ୍ରୀ ।

କେନ୍ଦ୍ରମନ୍ତ୍ରୀଙ୍କ ସମେତ ସୁପ୍ରିମିକୋର୍ଟର ମୁଖ୍ୟ ବିଚାପତି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ । ଏସବୁ ଭିତରେ ଓଡିଶା ହାଇକୋର୍ଟରେ ଖାଲିପଡିଥିବା ବିଚାରପତି ପଦବୀ ପୂରଣ ନେଇ ମତ ରଖିଛନ୍ତି କେନ୍ଦ୍ର ମନ୍ତ୍ରୀ । ସେ କହିଛନ୍ତି, ୨୦୧୬ରେ ନରେନ୍ଦ୍ର ମୋଦିଙ୍କ ସରକାର ୧୨୬ ଜଣ ବିଚାରପତିଙ୍କୁ ନିଯୁକ୍ତ କରିଛନ୍ତି ଯାହା ଗତ ୩୦ ବର୍ଷ ମଧ୍ୟରେ ସର୍ବାଧିକ । ଆଗକୁ ଖାଲିଥିବା ପଦବୀ ମଧ୍ୟ ଶୀଘ୍ର ପୂରଣ ହେବ ବୋଲି ସେ କହିଛନ୍ତି ।