ଟିମ୍ ଇଣ୍ଡିଆର ନୂଆ କୋଚ୍ ହେଲେ ରବି ଶାସ୍ତ୍ରୀ : ବିସିସିଆଇ ପକ୍ଷରୁ ସୂଚନା

24

କନକ ବ୍ୟୁରୋ : ଟିମ୍ ଇଣ୍ଡିଆର ନୂଆ କୋଚ୍ ହେଲେ ରବି ଶାସ୍ତ୍ରୀ । ଜାହିର ଖାନ୍ ହେଲେ ଭାରତୀୟ ଦଳର ବୋଲିଂ କୋଚ୍ ଏବଂ ବିଦେଶ ଗସ୍ତ ବେଳେ ରାହୁଲ ଦ୍ରାବିିଡ ହେବେ ବ୍ୟାଟିଂ କୋଚ୍ । ବିସିସିଆଇ  ପକ୍ଷରୁ ସୂଚନା । ଆଗାମୀ ଶ୍ରୀଲଙ୍କା ଗସ୍ତ ସମୟରେ ସେ ଟିମ୍ ଇଣ୍ଡିଆ ପାଇଁ କୋଚ୍ ଦାୟିତ୍ୱ ତୁଳାଇବେ । ଅଧିନାୟକ କୋହଲିଙ୍କ ସହ ମନାନ୍ତର ପରେ ଅନୀଲ କୁମ୍ବେଲ କୋଚ୍ ପଦରୁ ଇସ୍ତଫା ଦେଇଥିଲେ । ଏବେ ତାଙ୍କ ସ୍ଥାନରେ ବିସିସିଆଇ ରବି ଶାସ୍ତ୍ରୀଙ୍କୁ କୋଚ୍ ଦାୟିତ୍ୱ ଦେଇଛି ।