ରେଭେନ୍ସାକୁ ପୁରିଛି ଦେଢଶହ ବର୍ଷ: ସ୍ମୃତିକୁ ସ୍ମରଣୀୟ କରିବା ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଅୟୋଜନ

25

କନକ ବ୍ୟୁରୋ : ଦେଢଶହ ବର୍ଷରେ ପଦାର୍ପଣ କରିଛି ଐତିହାସିକ ରେଭେନ୍ସା ବିଶ୍ୱବିଦ୍ୟାଳୟ । ଦୀର୍ଘ ଦିନର ଯାତ୍ରା ମଧ୍ୟରେ ରେଭେନ୍ସା ସୃଷ୍ଟି କରିଛି ସ୍ୱତନ୍ତ୍ର ପରିଚୟ । ଦେଢଶହ ବର୍ଷ ପଦାର୍ପଣ ସ୍ମୃତିକୁ ସ୍ମରଣୀୟ କରିବା ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଅୟୋଜନ କରାଯାଇଛି । ଆଜି ସଂଧ୍ୟାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଓ ଶିକ୍ଷାମନ୍ତ୍ରୀ । ତେବେ ଆସନ୍ତା ବର୍ଷେ ଧରି ଦେଢଶହ ବର୍ଷ ପୂର୍ତ୍ତୀ ଉପଲକ୍ଷେ ରେଭେନ୍ସାରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ସ୍ଥିର କରାଯାଇଛି ।