ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଉତେଜନା : ବାର୍ଷିକ ଉତ୍ସବ ଆୟୋଜନ ସ୍ଥାନକୁ ଛାତ୍ର ସଂସଦ ଓ ବିଶ୍ୱବିଦ୍ୟାଳୟ କତୃପକ୍ଷ ମୁହାଁମୁହିଁ

44

କଟକ : ରଭେନ୍ସାରେ ଉଜେତନା । ବାର୍ଷିକ ଉତ୍ସବ ଆୟୋଜନର ସ୍ଥାନକୁ ନେଇ ଛାତ୍ର ସଂସଦ ଓ ବିଶ୍ୱବିଦ୍ୟାଳୟର କତୃପକ୍ଷ ମୁହାଁମୁହିଁ ହୋଇଛନ୍ତି ।  କ୍ୟାମ୍ପସ ପରିସରରେ ଥିବା ଲନ୍ରେ ଛାତ୍ର ସଂସଦ ପକ୍ଷରୁ ଆଜି ବାର୍ଷିକ ଉତ୍ସବ ଆୟୋଜନ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ବିଶ୍ୱବିଦ୍ୟାଳୟ କତୃପକ୍ଷ ଏହାକୁ ବାରଣ କରିଥିଲେ । ଏହାକୁ ନେଇ କ୍ୟାମ୍ପସ ପରିସରରେ ଉତେଜନା ଦେଖାଦେଇଥିଲା ।  ବାର୍ଷିକ ଉତ୍ସବ ପାଳନ ଲନ୍ରେ କରାଯିବ ବୋଲି ଛାତ୍ର ସଂସଦ ସଭାପତି ନିଜ ଜିଦରେ ଅଟଳ  ରହିଛନ୍ତି । ତେବେ କୌଣସି  ଅଘଟଣ ଆଶଙ୍କାରେ ଘଟଣା ସ୍ଥଳରେ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି ।