ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଛାତ୍ରୀଙ୍କୁ ଅସଦାଚରଣ ମାମଲା ! ପୀଡିତା ଓ ଅଭିଯୁକ୍ତ ପ୍ରଫେସରଙ୍କ ବୟାନ ରେକର୍ଡ

31

କନକ ବ୍ୟୁରୋ: ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଛାତ୍ରୀଙ୍କୁ ଅସଦାଚରଣ ମାମଲାର ତଦନ୍ତ ଆରମ୍ଭ ହୋଇଛି । ଉଭୟ ପୀଡିତା ଓ ଅଭିଯୁକ୍ତଙ୍କ ବୟାନ ରେକର୍ଡ କରାଯାଇଛି । ଏଥିସହ ପୀଡିତା ଦେଇଥିବା ଲିଖିତ ଅଭିଯୋଗ ମଧ୍ୟ ଗ୍ରହଣ କରାଯାଇଛି । ଦୁଇଦିନ ଭିତରେ ଘଟଣାର ସବିଶେଷ ତଦନ୍ତ କରି କୁଳପତିଙ୍କୁ ରିପୋର୍ଟ ପ୍ରଦାନ କରାଯିବ ବୋଲି ଗଠିତ ତିନିଜଣିଆ କମିଟିର ଅଧ୍ୟକ୍ଷ ବିକ୍ରମ କେଶରୀ ମିଶ୍ର କହିଛନ୍ତି ।

ରସାୟନ ବିଜ୍ଞାନ ବିଭାଗର ପ୍ରଫେସର ଅଲେଖ ସୂତାରଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ପରେ ତାଙ୍କୁ ନିଲମ୍ବିତ କରାଯାଇଛି । ଏନେଇ ଛାତ୍ରୀ ଜଣକ କୂଳପତିଙ୍କୁ ଅଭିଯୋଗ କରିଥିଲେ । ଘଟଣାଟି କେବେ ଓ କେଉଁ ପରିସ୍ଥିତିରେ ତାହା ସ୍ପଷ୍ଟ ହୋଇପାରିନଥିଲା । ଏଥିପାଇଁ ବିଶ୍ୱବିଦ୍ୟାଳୟ ଆଭ୍ୟନ୍ତରୀଣ କମିଟିକୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।