ରାବଣ ଦେଲେ ଫାଇନ ! ପୁଷ୍ପକ ବିମାନ ଛାଡି ହାର୍ଲି ଡେଭିଡସନ ବାଇକ ଚଳାଇବା ପଡିଲା ମହଙ୍ଗା

164

କନକ ବ୍ୟୁରୋ : ପୁଷ୍ପକ ବିମାନ ଛାଡି ହାର୍ଲି ଡେଭିଡସନ ବାଇକ ଚଳାଇବା ମହଙ୍ଗା ପଡିଛି ଲଙ୍କାପତି ରାବଣଙ୍କୁ । ଟ୍ରାଫିକ ନିୟମରୁ ବାଦ୍ ପଡିନାହାନ୍ତି ଲଙ୍କାପତି ରାବଣ । ଟ୍ରାଫିକ ନିୟମ ଉଲ୍ଲଘଂନ କରିଥିବାରୁ ଜରିମାନା ମଧ୍ୟ ଦେବାକୁ ପଡିଛି । ରାସ୍ତାରେ ବିନା ହେଲମେଟରେ ଗାଡି ଚଳାଇବା ଲଙ୍କା ନରେଶଙ୍କୁ ମହଙ୍ଗା ପଡିଛି । ଦିଲ୍ଲୀ ଟ୍ରାଫିକ ପୋଲିସ ନଜରରୁ ବଞ୍ଚି ପାରି ନାହାନ୍ତି ଲଙ୍କେଶ । ଆମେ କହୁଛୁ କଳିଯୁଗ ରାବଣଙ୍କ କଥା । ହେଲମେଟ ବିନା ଗାଡି ଚଳାଇବା ଯେ କେତେ ମହଙ୍ଗା ପଡିପାରେ ତାହା ବୋଧହୁଏ ଜାଣିନଥିଲେ ରାବଣ । ବିଜୟା ଦଶମୀ ଉପଲକ୍ଷେ ଦିଲ୍ଲୀର ଲାଲକିଲ୍ଲା ମୈଦାନରେ ଆୟୋଜିତ ହେଉଥିବା ରାମଲୀଳାରେ ରାବଣ ଚରିତ୍ରରେ ଅଭିନୟ କରୁଥିବା ପ୍ରଖ୍ୟାତ ଅଭିନେତା ମୁକେଶ ଋଷି ବିନା ହେଲମେଟରେ ଗାଡି ଚଳାଇ ଟ୍ରାଫିକ ନିୟମ ଉଲ୍ଲଘଂନ କରିଥିବାରୁ ଜରିମାନା ଦେଇଛନ୍ତି ।

Pushpak Vimanକଳିଯୁଗର ରାବଣ । ପୁଷ୍ପକ ବିମାନ ବଦଳରେ ହାର୍ଲି ଡେଭିଡସନ ଭଳି ଦାମିକା ବାଇକ । ମୁଣ୍ଡରେ ଲଙ୍କାପତିଙ୍କ ମୁକୁଟ ଓ ଦେହରେ ରାଜକୀୟ ପୋଷାକ । ଏଭଳି ବେଶରେ ଦିଲ୍ଲୀର ଇଣ୍ଡିଆ ଗେଟ ଠାରେ ଦେଖାଦେଇଥିଲେ ରାବଣ ଚରିତ୍ରରେ ଅଭିନୟ କରୁଥିବା ମୁକେଶ ଋଷି । ବିନା ବାଧାରେ ଦିଲ୍ଲୀର ରାଜରାସ୍ତାରେ ନିଜ ହାର୍ଲି ଡେଭିଡସନ ବାଇକ ଛୁଟାଇଥିଲେ ।

ravana 3ଏପରିକି ରାସ୍ତାରେ ଯିଏ ଦେଖା ହେଉଥିଲା ତା ସହିତ ସେଲଫି ଉଠାଇବାର ମୌକା ମଧ୍ୟ ଛାଡିନଥିଲେ । ଏକ ଟେଲିଭିଜନର ଇଣ୍ଟରଭ୍ୟୁ ଦେବା ପାଇଁ ସେ ଏଭଳି ବେଶ ପୋଷାକରେ ଯାଉଥିଲେ । ଏପରିକି ପୁଷ୍ପକ ବିମାନ ଛାଡି ହାର୍ଲି ଡେଭିଡସନ ଗାଡି ଚଳାଉଥିବାର ଦୃଶ୍ୟ କିଛି ଲୋକ ନିଜ କ୍ୟାମେରାରେ କଏଦ୍ କରିଥିଲେ । ପରେ ଏହି ଭିଡିଓକୁ ଫେସବୁକରେ ଭାଇରାଲ ହୋଇଥିଲା ।

ravana 2ଫେସବୁକରେ ଭିଡିଓଟି ଭାଇରାଲ ହେବା ପରେ ଏହା ଦିଲ୍ଲୀ ଟ୍ରାଫିକ ପୋଲିସ ନଜରକୁ ଆସିଥିଲା । ଏହି ଭିଡିଓରେ ମୁକେଶ ହେଲମେଟ ବଦଳରେ ମୁକୁଟ ପିନ୍ଧି ରାଜରାସ୍ତାରେ ଗାଡି ଚଳାଉଥିବାର ନଜର ଆସିଥିଲେ । ଏହା ଟ୍ରାଫିକ ପୋଲିସ ନିୟମର ଉଲ୍ଲଘଂନ କରୁଥିବାରୁ ରାବଣ ଚରିତ୍ରରେ ଅଭିନୟ କରୁଥିବା ମୁକେଶ ଋଷିଙ୍କ ନିକଟକୁ ଦିଲ୍ଲୀ ଟ୍ରାଫିକ ପୋଲିସ ତରଫରୁ ଏକ ନୋଟିସ ପଠାଯାଇଥିଲା ।

ଗୋଟିଏ ପଟେ ଦିଲ୍ଲୀରେ ରାବଣ ଟ୍ରାଫିକ ନିୟମ ଭାଙ୍ଗୁଥିବା ବେଳେ ଅନ୍ୟପଟରେ ଗୁରୁଗାଓଁରେ ରାବଣର ଅନ୍ୟ ଏକ ରୂପ ଦେଖିବାକୁ ମିଳିଛି । ଦଶହରାର ଗୋଟିଏ ଦିନ ପୂର୍ବରୁ ରାବଣ ଓ ଲକ୍ଷ୍ମଣ ରାସ୍ତା ଉପରକୁ ଓହ୍ଲାଇ ଆସିଛନ୍ତି । ଏଠାରେ ରାବଣ ସାଧାରଣ ଲୋକଙ୍କୁ ଟ୍ରାଫିକ ନିୟମର ପାଠ ପଢାଇଛନ୍ତି । ଗୁରଗାଓଁ ପୋଲିସ ଟ୍ରାଫିକ ନିୟମ ବିଷୟରେ ଲୋକଙ୍କୁ ସଚେତନ କରିବା ପାଇଁ ଏଭଳି ଉପାୟ ଆପଣାଇଛନ୍ତି । କଳିଯୁଗ ରାବଣ ସାଧାରଣ ଲୋକଙ୍କୁ ଉପଦେଶ ଦେଉଥିବା ଦୃଶ୍ୟ ସାମ୍ନାକୁ ଆସିଛି ।

rawan_laxman__1506691196_618x347ଏହା ସହ ଟ୍ରାଫିକରେ ନାଲିବତୀ ବେଳେ ଜେବ୍ରା କ୍ରସିଂ ନଛୁଇଁବାକୁ ବୁଝାଇଥିଲେ ଲକ୍ଷ୍ମଣ । ତ୍ରେତୟା ଯୁଗରେ ସୀତାଙ୍କ ପାଇଁ ତିନିଗାର କାଟିବା ଭଳି ଜେବ୍ରା କ୍ରସିଂରେ ଗାର କାଟି ପଥଚାରୀଙ୍କୁ ଲକ୍ଷ୍ମଣ ବେଶଧାରୀ କଳାକାର ବୁଝାଉ ଥିବାର ଦେଖିବାକୁ ମିଳିଥିଲା । ରାସ୍ତାରେ ଯାଉଥିବା ଲୋକମାନେ ଏହି ସବୁ ଦୃଶ୍ୟକୁ ବେଶ୍ ଉପଭୋଗ କରୁଥିବା ଦେଖାଯାଇଥିଲା । ଲୋକଙ୍କୁ ସଚେତନ କରିବାର ଏହା ଏକ ଉତ୍ତମ ମାଧ୍ୟମ ବୋଲି କହିଛନ୍ତି ଟ୍ରାଫିକ ପୋଲିସ ଅଧିକାରୀ ।