ରାଉରକେଲା ସହରରେ ଲୁଟ୍ : ଘରେ ପଶି ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟି ନେଲେ ଦୁର୍ବୃତ

16

ରାଉରକେଲା : ଘରେ ପଶି ବନ୍ଧୁକ ମୂନରେ ଲୁଟ୍। ଲକ୍ଷାଧିକ ଟଙ୍କାର ସୁନାଗହଣା ସହ ଦୁର୍ବୃତ ଲୁଟି ନେଲେ ନଗଦ ଟଙ୍କା। ଘଟଣା ଘଟିଛି ରାଉରକେଲା ସହରରେ । ସହରର ଜଣାଶୁଣା ବ୍ୟବସାୟୀ ବିଶ୍ୱଜିତ୍ ନାୟକଙ୍କ ଘରେ ପଶି ଏହି ଲୁଟ୍ ହୋଇଛି। ବିଶ୍ୱଜିତ ବିଦେଶ ଗସ୍ତରେ ଥିବାବେଳେ ସେକ୍ଟର ୱାନରେ ଥିବା ତାଙ୍କ ଏହି ଲୁଟ୍ ହୋଇଛି।

ଲୁଟ୍ ପରେ ଲୁଟେରାମାନେ ଘରେ ଲାଗିଥିବା ସିସିଟିଭିର ହାର୍ଡ ଡିସ୍କ ମଧ୍ୟ ଉଠାଇନେଇଛନ୍ତି। ଗତକାଲି ଦିନ ୨ଟ ୪୫ରୁ ୩ଟା ମଧ୍ୟରେ ଲୁଟେରାମାନେ ଘରେ ପଶିଥିଲେ । ସେତେ ବେଳେ ଘରେ ବିଶ୍ୱଜିତଙ୍କ ପତ୍ନୀ, ତାଙ୍କ ୧୦ ବର୍ଷରୁ ପୁଅ, ଜଣେ କର୍ମଚାରୀ ଏବଂ ୨ ଜଣ ଚାକରାଣୀ ଘରେ ଉପସ୍ଥିତ ଥିଲେ । ଘଟଣା ସଂପର୍କରେ ପୁଲିସ୍ ଖବର ପାଇଁ ତଦନ୍ତ ଆରମ୍ଭ କରିଥିବା ବେଳେ ଖୁବଶୀଘ୍ର ଅପରାଧିଙ୍କୁ ଧରାଯିବ ବୋଲି ପୁଲିସ୍ କହିଛି ।