କନକ ବ୍ୟୁରୋ : ଆଜି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର । ଅପରାହ୍ନ ପ୍ରାୟ ୨ଟାରେ ରତ୍ନଭଣ୍ଡାର ଖୋଲିବା ପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ କରିସାରିଛି ଶ୍ରୀମନ୍ଦିର ପ୍ରଶାସନ । ରତ୍ନଭଣ୍ଡାର ଖୋଲିଲେ କଣ ହେବ ? ଶ୍ରୀମନ୍ଦିର ରତ୍ନଭଣ୍ଡାରକୁ ଖୋଲିବାକୁ ଚାହିଁ ରହିଛି ସାରା ଓଡିଶା । ଯଦିଓ ମହାପ୍ରଭୁଙ୍କ ରତ୍ନ, ଆଭୁଷଣର କୌଣସି ଆକଳନ କରାଯିବ ନାହିଁ । କେବଳ ସ୍ଥିତି ଯାଂଚ ପାଇଁ ଭିତରକୁ ଯିବ ସ୍ୱତନ୍ତ୍ର କମିଟି । ତଥାପି ସମସ୍ତଙ୍କ ଭିତରେ ପ୍ରବଳ ଉତ୍କଣ୍ଠା । ଆଉ ଏହାରି ଭିତରେ ରତ୍ନଭଣ୍ଡାର ଖୋଲିଲେ କଣ ହେବ ତାକୁ ଚାହିଁ ରହିଛନ୍ତି ଜଗନ୍ନାଥ ପ୍ରେମୀ । କାରଣ ଏହାକୁ ନେଇ ରହିଛି ଅନେକ କଥା, କାହାଣୀ । ଶ୍ରୀଜୀଉଙ୍କ ଦ୍ୱିତୀୟ ଭୋଗ ମଣ୍ଡପ ପରେ ଶ୍ରୀମନ୍ଦିରକୁ ଶୋଧ କରି ରତ୍ନଭଣ୍ଡାରକୁ ପ୍ରବେଶ ପ୍ରକ୍ରିୟା ଆରମ୍ଭ ହେବ । ଏହାର ୧ଘଂଟା ପୂର୍ବରୁ ସାଧାରଣ ଦର୍ଶନକୁ ବନ୍ଦ ରଖାଯିବ । ଶ୍ରୀମନ୍ଦିର ରେକର୍ଡ ଅଫ ରାଇଟ୍ସ ବା ସତ୍ୱଲିପି ଅନୁସାରେ କେଉଁମାନେ ଶ୍ରୀମନ୍ଦିର ରତ୍ନଭଣ୍ଡାରକୁ ଯିବେ ସେନେଇ ତାଲିକା ଚୂଡାନ୍ତ ହୋଇଛି । ଶ୍ରୀମନ୍ଦିର ପ୍ରଶାସନ ପ୍ରସ୍ତୁତ କରିଥିବା ତାଲିକା ଅନୁସାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ନୀତି ପ୍ରଶାସକ ରତ୍ନଭଣ୍ଡାରକୁ ପ୍ରବେଶ କରିବେ । ସେହିପରି ପୁରୀ ଏସପି, ଜିଲ୍ଲାପାଳ ଓ ହାଇକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସକ୍ୟୁରୀ ଏନକେ ମହାନ୍ତମଧ୍ୟ ଭଣ୍ଡାର ଗୃହକୁ ଯିବେ ।
Kanak News is now on WhatsApp
Join and get latest news updates delivered to you via WhatsApp