ସରିଲା ରତ୍ନଭଣ୍ଡାର ଯାଂଚ ପ୍ରକ୍ରିୟା । ବାହାର ଭଣ୍ଡାରର ୨ଟି ଗୃହ ଯାଂଚ କରି ଫେରିଲେ ସେବାୟତ । ହେଲେ ତୃତୀୟ ଭଣ୍ଡାରକୁ ପଶି ପାରିଲେନି ଅନୁଧ୍ୟାନକାରୀ ଦଳ

45

ଶେଷ ହୋଇଛି ରତ୍ନଭଣ୍ଡାର ଯାଂଚ ପ୍ରକ୍ରିୟା । ସରିଲା ରତ୍ନଭଣ୍ଡାର ଯାଚଂ । ଭଣ୍ଡାର ଯାଂଚ କାର୍ଯ୍ୟ ସାରି ବାହାରକୁ ବାହାରିଛନ୍ତି ଅନୁଧ୍ୟାନକାରୀ ଦଳ । ତେବେ ରତ୍ନଭଣ୍ଡାର ବାହାର ୨ଟି ଭଣ୍ଡାର ଯାଂଚ କରିଥିଲା ବେଳେ ଭିତର ଭଣ୍ଡାରକୁ ପ୍ରବେଶ କରିପାରି ନଥିବା ସୂଚନା ମିଳିଛି । ଭଣ୍ଡାର ଛାତରେ ଫାଟଥିବା ନେଇ ଯାଂଚ ସାରି ଫେରିଥିବା ସେବାୟତଙ୍କ ପକ୍ଷରୁ ସୂଚନା ମିଳିଛି । ଅନ୍ୟପଟେ ପୁରୀ ପୁଲିସ୍ ଅଧୀକ୍ଷକ ସାର୍ଥକ ଷଡ଼ଙ୍ଗୀ ଗାମୁଛା ପିନ୍ଧି ନ ଥିବାରୁ ଭିତରକୁ ଯାଇ ନାହାନ୍ତି ।କାର୍ଯ୍ୟ ସଂପାଦନ କାଳରେ ପୁଲିସ ପୋଷାକ ପିନ୍ଧିବା ନିୟମ ଥିବାରୁ ସେ ନାଟମଣ୍ଡପ ନିକଟରେ ରହିଥିଲେ। ଏହି ଦଳ ଭଣ୍ଡାରଘରର ସ୍ଥିତି ଯାଂଚ କରିଛନ୍ତି । ଭଣ୍ଡାରର ଭିତ୍ତିଭୂମି ( ଛାତ, କାନ୍ଥ ଓ ଚଟାଣ) କିଭଳି ରହିଛି ତାହା ଯାଞ୍ଚ କରାଯାଇଛି। ବର୍ତ୍ତମାନ ଶ୍ରୀମନ୍ଦିରର ମୁଖ୍ୟପ୍ରଶାସକଙ୍କ ଅଧ୍ୟକ୍ଷତାରେ ଯାଞ୍ଚ ଦଳର ବୈଠକ ଆରମ୍ଭ ହୋଇଛି । ଏହି ବୈଠକ ପରେ ଯାଞ୍ଚ ରିପୋର୍ଟ ପ୍ରସ୍ତୁତ ହୋଇଛି। ଶ୍ରୀମନ୍ଦିର ଭିତରେ ହିଁ ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଗୁରୁବାର ହାଇକୋର୍ଟରେ ଏହି ରିପୋର୍ଟ ଦାଖଲ କରାଯିବ ବୋଲି ଜଣାପଡ଼ିଛି ।

ସୂଚନା ଯୋଗ୍ୟ ଯେ, ଅପରାହ୍ନ ପ୍ରାୟ ୨ଟା ୪୦ ବେଳେ ୧୬ଜଣିଆ ପ୍ରତିନିଧି ଦଳ କଡ଼ା ସୁରକ୍ଷା ବଳୟ ମଧ୍ୟରେ ହୀରା, ନୀଳା, ମୋତି, ମାଣିକ୍ୟ ତଥା ସୁନାରୁପା ଅଳଙ୍କାରରେ ପରିପୂର୍ଣ୍ଣ ଶ୍ରୀଜିଉଙ୍କ ରତ୍ନଭଣ୍ଡାରରେ ପ୍ରବେଶ କରିଥିଲେ । ପୁରୀ ଆରକ୍ଷୀ ଅଧୀକ୍ଷକ ସାର୍ଥକ ଷଡ଼ଙ୍ଗୀ ଗାମୁଛା ପିନ୍ଧି ନ ଥିବାରୁ ତାଙ୍କୁ ଭିତରକୁ ଛଡ଼ାଯାଇ ନଥିଲା । କାର୍ଯ୍ୟ ସଂପାଦନ କାଳରେ ପୁଲିସ ପୋଷାକ ପିନ୍ଧିବା ନିୟମ ଥିବାରୁ ସେ ନାଟମଣ୍ଡପ ନିକଟରେ ରହିବାକୁ ପଡିଥିଲା । ଏହି ଦଳ ଭଣ୍ଡାରଘରର ସ୍ଥିତି ଯାଂଚ କରିଥିଲେ । ତେବେ ଯାଂଚ କରିବା ପରେ କଣ ନିର୍ଯ୍ୟାସ ବାହାରିଲା ତାହା ନେଇ ତୁରନ୍ତ ଶ୍ରୀମନ୍ଦିର ପ୍ରଶାସନକୁ ରିପୋର୍ଟ ଦେବେ। ଏହି ରିପୋର୍ଟ ବଳରେ ଭଣ୍ଡାରଘର ମରାମତି କରାଯିବ କି ନାହିଁ ତାହା ସ୍ପଷ୍ଟ ହେବ ।

ରତ୍ନ ଭଣ୍ଡାର ଖୋଲିବା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା । ଶ୍ରୀମନ୍ଦିରରେ ତିନିଥାକିଆ ଯାଞ୍ଚ ବ୍ୟବସ୍ଥା କରାଯାଇଥିଲା । ପୁଲିସ ସହ ଦମକଳ ବାହିନୀ, ଓଡ୍ରାଫ୍ ଟିମ୍, ବମ୍ ସ୍ବାର୍ଡ ଏବଂ ସ୍ନେକ ହେଲ୍ପଲାଇନ୍ ମଧ୍ୟ ସଜାଗ ରହିଥିଲେ । ଓଡ୍ରାଫ୍ ଟିମ୍ ଏଲଇଡି ଲାଇଟ ଯୋଗାଇବା ସହ ଅନ୍ୟ ପରିସ୍ଥିତିର ମୁକାବିଲା ଲାଗି ମୁତୟନ ହୋଇଥିଲା । ଅନ୍ୟ ପକ୍ଷରେ ବେହରଣ ଦ୍ଵାରରେ ଡାକ୍ତରୀ ଦଳ ରହିଥିଲେ । ଅଘଟଣ ପାଇଁ ଷ୍ଟ୍ରେଚର ଓ ଫାଷ୍ଟ୍ ଏଡ୍ ବ୍ୟବସ୍ଥା କରାଯାଇଥିଲା । ମନ୍ଦିର ବାହାରେ ଆମ୍ବୁଲାନସ୍ ପ୍ରସ୍ତୁତ ହୋଇଥିଲା । ବର୍ତ୍ତମାନ ଯାଞ୍ଚ ସମୟରେ ସାଧାରଣ ଦର୍ଶନ ବନ୍ଦ ରହିଥିଲା ।