ରହସ୍ୟରେ ମହାପ୍ରଭୁଙ୍କ ରତ୍ନଭଣ୍ଡାର ! ହେବ କି ସାର୍ବଜନୀନ ?

45

ଆଜି ମହାପ୍ରଭୁଙ୍କ ପବିତ୍ର ସୁନାବେଶ । ମହଣମହଣ ସୁନାରେ ସଜେଇ ହୋଇ ମହାପ୍ରଭୁ ଦର୍ଶନ ଦେଉଛନ୍ତି ଶ୍ରଦ୍ଧାଳୁଙ୍କୁ । ତେବେ ବାହୁଡ଼ା ପରଦିନ ରଥ ଉପରେ କାହିଁକି ହୁଏ ସୁନାବେଶ । ଶ୍ରୀଜଗନ୍ନାଥ ଗବେଷକଙ୍କ ପାଖରେ ଏହାକୁ ନେଇ ପୋଥିଭର୍ତି କିମ୍ବଦନ୍ତୀ । ଇତିହାସରେ ବି ଲେଖା ହୋଇଛି ଅନେକ କଥା । ତେବେ ଆଜି ବି କେହି ଭେଦ କରିପାରୁନାହାନ୍ତି ରତ୍ନଭଣ୍ଡାରର ରହସ୍ୟ । କେଉଁଠି ଗଚ୍ଛିତ ରହେ କାଠିଆ ଠାକୁରଙ୍କ ସୁନା ରୁପା ମୋତିମାଣିକ୍ୟ ।

ମହାପ୍ରଭୁଙ୍କ ଜଗନ୍ନାଥ ଭଣ୍ଡାରରେ ହୀରା, ମୋତି ମାଣିକ୍ୟ ଓ ସୁନା ଗଚ୍ଛିତ ରହିଛି। ୧୯୫୨ର ରେକର୍ଡ ଅଫ୍ ରାଇଟ୍ସ ଅନୁସାରେ ଏହା ସୁରକ୍ଷିତ ସହ ଗଚ୍ଛିତ ରହିଛି । ମୁଖ୍ୟତ ରତ୍ନ ଭଣ୍ଡାରକୁ ୨ ଭାଗରେ ବିଭକ୍ତ କରାଯାଇଛି। ଗୋଟିଏ ବାହାର ଭଣ୍ଡାର ଓ ଆଉ ଗୋଟିଏ ଭିତର ଭଣ୍ଡାର । ବାହାର ଭଣ୍ଡାରେ ରୂପା ଓ ଅନ୍ୟାନ୍ୟ ମୂଲ୍ୟବାନ ଧାତୁ ଗଚ୍ଛିତ ରହିଛି । ଭିତର ଭଣ୍ଡାରରେ ହୀରା , ମୋତି ଓ ମାଣିକ୍ୟ ଭଳି ମୂଲ୍ୟବାନ ଧାତୁ ରହିଛି । ବିଶେଷ କରି ସୁନାବେଶ ଓ ଆଶାଢ ଶୁକ୍ଲରେ ଏହି ଅଳଙ୍କାର ମହାପ୍ରଭୁଙ୍କ ପାଇଁ ଲାଗି ହୁଏ ।

୧୯୬୪ ମସିହା ପରେ ଭିତର ଭଣ୍ଡାର ଖୋଲା ହୋଇନି । ବାହାର ଓ ଭିତର ଭଣ୍ଡାର ଚାବି ମୁଖ୍ୟତ ମନ୍ଦିର ପ୍ରଶାସନ, ପୁରୀ ଗଜପତି ମହାରାଜା ଓ ଭଣ୍ଡାର ମେକାପ ପାଖରେ ରହିଥାଏ । ପାଖାପାଖି ୨ରୁ ୩ କୁଇଂଟାଲ ଧାତୁ ରହିଛି । ସରକାର ଓ ମନ୍ଦିର ପ୍ରଶାସନ ଚାହିଁଲେ ଏହା ସାର୍ବଜନୀନ ହୋଇପାରିବ । ୧୯୬୪ରେ ଭିତର ଭଣ୍ଡାର ଖୋଲିବା ପାଇଁ ଉଦ୍ୟମ ହୋଇଥିଲ ମଧ୍ୟ ଗୋଟିଏ ଗର୍ଜନ ଶୁଭୁଥିବାରୁ ଭିତରକୁ ଯାଇ ହୋଇପାରିନଥିଲା ବୋଲି ଜଗନ୍ନାଥ ଗବେଷକ ।

ଜଗନ୍ନାଥ ରତ୍ନ ଭଣ୍ଡାରକୁ ସାର୍ବଜନୀନ କଥାକୁ ଏଡାଇଛନ୍ତି ପୂର୍ବତନ ମନ୍ଦିର ପ୍ରଶାସକ। ଦେଶର ସାଂପ୍ରତିକ ପରିସ୍ଥିତି ଅନୁସାରେ ମନ୍ଦିରର ଗୁପ୍ତ ନିତିକୁ ସାର୍ବଜନୀନ କରିବା କଥା ନୁହେଁ। ଏହା ଗୋପନ ରଖାଯିବା ଦରକାର । ବିଗତ ବର୍ଷରେ ମୋଗଲମାନେ ଜଗନ୍ନାଥଙ୍କ ଗଚ୍ଛିତ ରତ୍ନ ଭଣ୍ଡାର ଲୁଟ କରିଥିଲେ । ୧୯୭୪ ରତ୍ନ ଭଣ୍ଡାରର ବିସ୍ତୃତ ତାଲିକା ପ୍ରସ୍ତୁତ କରାଯାଇଥିଲା । ଏହାକୁ ସାର୍ବଜନୀନ ପାଇଁ ସମାଜ ଗୋପବନ୍ଧୁ ପ୍ରେସରେ ଛପା ଯାଇଥିଲା ।

କିନ୍ତୁ ଜଗନ୍ନାଥ ମହାପ୍ରଭୁଙ୍କ ରତ୍ନ ଭଣ୍ଡାର ସୁରକ୍ଷିତ ଅଛି ନା ଲୁଟ ହୋଇଛି । କାହିଁକି ଏହା ସାର୍ବଜନୀନ କରାଯାଉନି । ନା ଏହା ମନ୍ଦିରର ଗୁପ୍ତ ନିତି ଉପରେ ପ୍ରଭାବ ପକାଇବ । ଏପରି ଅନେକ କଥା ଏବେ ପ୍ରଶ୍ନବାଚୀ ହୋଇଛି ।