ରାସନକାର୍ଡ ବଂଟନରେ ଅନିୟମିତତା ନେଇ ଆଜି ବିଜେପିର ରାଜ୍ୟବ୍ୟାପି ଆନ୍ଦୋଳନ

40

କନକ ବ୍ୟୁରୋ : ରାସନକାର୍ଡ ଅନିୟମିତତା ନେଇ ଆଜି ରାଜ୍ୟବ୍ୟାପି ଆନ୍ଦୋଳନ କରିବ ବିଜେପି । ରାସନକାର୍ଡ ବଂଟନରେ ଅନିୟମିତତା ପ୍ରତିବାଦରେ ଆଜି ୩୧୪ ବ୍ଲକରେ ଧାରଣା ଦେବ ବିଜେପି । ଦଳୀୟ ଚିହ୍ନ ଓ ସମର୍ଥନ ଦେଖି ବିଜେଡ଼ି ଅଯୋଗ୍ୟ ହିତାଧିକାରୀଙ୍କୁ ବି ରାସନକାର୍ଡ ତାଲିକାରେ ସାମିଲ କରିଥିବା ବିଜେପି ଅଭିଯୋଗ କରିଛି । ସେହିପରି ଅନେକ ଯୋଗ୍ୟ ହିତାଧିକାରଙ୍କୁ ତାଲିକାରୁ ବାଦ୍ ଦିଆଯାଇଥିବା ଅଭିଯୋଗ ହୋଇଛି। ଏହି ଅନିୟମିିତତା ପ୍ରତିବାଦରେ ଶାସକ ଦଳକୁ ଘେରିବାକୁ ଉଦ୍ୟମ କରିବ ବିଜେପି । ତେବେ ପୂର୍ବରୁ ବିଜେଡ଼ିର ବହୁ ନେତା ଓ କର୍ମୀ ବେଆଇନ୍ ଭାବେ ରାସନକାର୍ଡ ହାତେଇଥିବା ଘଟଣା ସାମ୍ମାକୁ ଆସିଛି । ଏମିତିକି ଅନେକ ସ୍ଥାନରେ ବେଆଇନ ଭାବେ ରାସନକାର୍ଡ ନେଇଥିବା ଲୋକଙ୍କୁ ପୁଲିସ୍ ବାନ୍ଧିଥିବା ବେଳେ ବହୁସ୍ଥାନରେ ବିଜେଡି ନେତାଙ୍କ ପ୍ରଭାବରେ ଅନେକ ଲୋକଙ୍କୁ ଛାଡ଼ି ଦିଆଯାଉଥିବା ବିଜେପି ଅଭିଯୋଗ କରିଛି।