ଏବେ ସ୍ୱଚ୍ଛତା ଆଧାରରେ ନିର୍ଣ୍ଣୟ ହେବ ଟ୍ରେନର ରେଟିଂ ! ଯାତ୍ରୀମାନଙ୍କଠାରୁ ନିଆଯାଉଛି ପ୍ରତିକ୍ରିୟା ।

48

ଷ୍ଟେସନ୍ ସଫାସୁତୁରା ସର୍ବେକ୍ଷଣ ପରେ ଏବେ ରେଲୱେ ଟ୍ରେନରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ସ୍ୱଚ୍ଛତା ଆଧାରରେ ଟ୍ରେନରେ ଯାତ୍ରୀମାନଙ୍କ ଠାରୁ ପ୍ରତିକ୍ରିୟା ନେଇ ଏହାର ରେଟିଂ ନିର୍ଣ୍ଣୟ କରାଯିବ । ରେଲୱେ ଅଧିକାରୀଙ୍କ କହିବାନୁସାରେ ୨୧୦ ଟ୍ରେନର ତୃତୀୟ ପାର୍ଟି ସର୍ବେକ୍ଷଣର ଦାୟିତ୍ୱ ଭାରତୀୟ ରେଳବାଇ ଖାଦ୍ୟପେୟ ଏବଂ ପର୍ଯ୍ୟଟନ ନିଗମ(ଆଇଆରସିଟିସି) କୁ ଦିଆଯାଇଛି । ଅଧିକାରୀଙ୍କ କହିବାନୁସାର ଏହି ୨୧୦ ଟି ଟ୍ରେନରେ ୪୭୫ ଟି କୋଚ୍ ଅଡିଟ୍ ହେବାକୁ ଯାଉଛି । ସ୍ୱଚ୍ଛତା ଆଧାରରେ ଆକଳନ କରିବା ପୂର୍ବରୁ ଟ୍ରେନର ଖାଦ୍ୟପେୟ , ଡଷ୍ଟବିନ୍, ପାଣିର ସ୍ୱଚ୍ଛତା,ହାଉସ୍ କିପିଂ ଷ୍ଟାଫଙ୍କ,ଟୁଲ୍ସ ଆଦି ଅନେକ କ୍ଷେତ୍ର ଉପରେ ଧ୍ୟାନ କେନ୍ଦ୍ରିତ କରାଯିବ । ଏତଦ୍ ବ୍ୟତୀତ ରେଳ ମନ୍ତ୍ରାଳୟ ତରଫରୁ ପ୍ରମୁଖ ରେଳ ଷ୍ଟେସନରେ ସ୍ୱଚ୍ଛତା ସର୍ବେକ୍ଷଣ ପାଇଁ ଯାତ୍ରୀମାନଙ୍କ ଠାରୁ ଏହାର ପ୍ରତିକ୍ରିୟା ନେବ । ଆପଣଙ୍କୁ ଏଠାରେ ସୁଚାଇ ଦେଉଛି କି ଭାରତୀୟ ରେଳ ବିଭାଗ ଏହାର ଦାୟିତ୍ୱ ରେଳ ଖାଦ୍ୟପେୟ ବିଭାଗ ଏବଂ ପର୍ଯ୍ୟଟନ ନିଗମକୁ ଦେଇଛି । କ୍ୱାଲିଟି କାଉନସିଲି ଅଫ୍ ଇଣ୍ଡିଆ ଅଡିଟ୍ କରିବା ପାଇଁ ଦାୟିତ୍ୱ ଦିଆଯାଇଛି । ଏହି ଷ୍ଟେସନ୍ ସମ୍ବନ୍ଧୀୟ ସର୍ବେକ୍ଷଣର ରିପୋର୍ଟ ଜୁଲାଇ ମାସରେ ବାହାରିବ । ଏହି ସର୍ବେକ୍ଷଣରେ ରେଲୱେ ୬୬ ହଜାର କି.ମି. ଆଠ ହଜାରରୁ ଅଧିକ ଷ୍ଟେସନରେ ଏହି ସର୍ବେକ୍ଷଣ କରାଯିବ ।
ତେବେ ଆପଣଙ୍କୁ ଏଠାରେ କହିରଖୁଛୁ , ୨ ଅକ୍ଟୋବର ୨୦୧୪ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ କରିଥିଲେ ଏବଂ ପ୍ରଧାନମନ୍ତ୍ରୀଙ୍କ ଅଭିଯାନକୁ ସଫଳ କରିବା ପାଇଁ ଭାରତୀୟ ରେଳ ବିଭାଗ ପକ୍ଷରୁ ‘ସ୍ୱଚ୍ଛ ରେଳ,ସ୍ୱଚ୍ଛ ଭାରତ’ ଅଭିଯାନ ଆରମ୍ଭ ହୋଇଥିଲା ।