ବିଗତ ଦିନର ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ରତି ଅଗ୍ନିହୋତ୍ରୀଙ୍କ ନାଁ ରେ ବିଜୁଳି ଚୋରି ଅଭିଯୋଗ

87

ଚୋରି ବିଗତ ଦିନର ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ରତି ଅଗ୍ନିହୋତ୍ରୀ ଓ ତାଙ୍କ ସ୍ୱାମୀ ଅନିଲ ବିରାନୀଙ୍କ ବିରୋଧରେ ବିଜୁଳି ଚୋରି ମାମଲାରେ କେସ ଦାଏର ହୋଇଛି । ସେ ବିଜୁଳିର ମିଟରରେ ହେରଫେର କରି ପ୍ରାୟ ୪୭ ଲକ୍ଷ ଟଙ୍କାର ବିଜୁଳି ଚୋରି କରିଥିବା ଅଭିଯୋଗ ହୋଇଛି । ପୁଲିସର ସୂଚନା ଅନୁସାରେ, ବର୍ଲି ପୁଲିସ ଥାନାରେ ରତି ଅଗ୍ନିହୋତ୍ରୀଙ୍କ ବିରୋଧରେ ଏନେଇ ଅଭିଯୋଗ ହୋଇଛି । ଏଇ କେସ ନେଇ ପଚରାଉଚରା ପାଇଁ ରତିଙ୍କ ସହ ଏଯାଏଁ କୈାଣସି ଯୋଗାଯୋଗ ହୋଇପାରି ନାହିଁ ବୋଲି ପୋଲିସ ସୂଚନା ଦେଇଛି ।

ତାଙ୍କ ସ୍ୱାମୀ କହିଛନ୍ତି ରତି ଓ ତାଙ୍କ ପୁଅ ଏବେ ମୁମ୍ବାଇରେ ନାହାଁନ୍ତି । ବର୍ଲିର ଆପାର୍ଟମେଣ୍ଟରେ ସେମାନେ ବହୁତ ବର୍ଷ ଧରି ରହି ଆସୁଛନ୍ତି କିନ୍ତୁ ଏପରି ମାମଲା କେବେ ହୋଇ ନାହିଁ ବୋଲି କହିଛନ୍ତି ଅନିଲ ବିରାନୀ । ରତି ତାଙ୍କ ସମୟରେ ବିଲିଉଡର ଜଣେ ଜଣାଶୁଣା ଅଭିନେତ୍ରୀ ଥିଲେ । ସେ ‘ଏକ ଦୁଜେ କେ ଲିଏ’, ‘ତବାୟଫ’, ‘ମସାଲ’ ଆଦି ସିନେମାରେ ଅଭିନୟ କରିଛନ୍ତି ।