ବିଦେଶରେ ଗଡିଲା ବଡଠାକୁରଙ୍କ ରଥ ! ଲଣ୍ଡନ, ଜାପାନ, ସିଙ୍ଗାପୁରରେ ଉତ୍ସାହର ସହ ପାଳନ ହେଲା ରଥଯାତ୍ରା

37

କନକ ବ୍ୟୁରୋ: ଖାଲି ଶ୍ରୀକ୍ଷେତ୍ର କିମ୍ବା ଓଡିଶା ବାହାରେ ନୁହେଁ, ବିଦେଶରେ ମଧ୍ୟ ପାଳିତ ହେଉଛି ଜଗତର ନାଥ ଜଗନ୍ନାଥଙ୍କ ରଥଯାତ୍ରା । ଘୋଷଯାତ୍ରା ଅବସରରେ ଇଂଲଣ୍ଡରେ ଗଡିଛି ତିନିରଥ । ଲଣ୍ଡନ ଟ୍ରାଫଲଗାର ସ୍କୋୟାରରେ ଭାରତୀୟଙ୍କ ପକ୍ଷରୁ ଆୟୋଜିତ ରଥଯାତ୍ରାରେ ଦେଖିବାକୁ ମିଳିଛି ଭକ୍ତି ଭାବମୟ ପରିବେଶ । ଘଂଟଘଟା, ମୃଦଙ୍ଗ ଓ ଖୋଳକୀର୍ତ୍ତନ ଭିତରେ ହାଇଡପାର୍କ କର୍ଣ୍ଣରରୁ ଟ୍ରାଫଲଗାର ସ୍କୋୟାର ଯାଏଁ ଗଡିଥିଲା ତିନିରଥ ।

ସେହିପରି ଜାପାନର ଓସାକା ସହରରେ ଇଣ୍ଡିଆ-ଜାପାନ ଫ୍ରେଣ୍ଡସିପ୍ ସେଂଟର ପକ୍ଷରୁ ପାଳିତ ହୋଇଛି ରଥଯାତ୍ରା । ତେବେ ଏଠାରେ ତିନିରଥ ପରିବର୍ତ୍ତେ ଗୋଟିଏ ରଥରେ ତିନି ଠାକୁରଙ୍କୁ ବସାଇ ଶୋଭାଯାତ୍ରା କରିଛନ୍ତି ଶ୍ରଦ୍ଧାଳୁ । ଜାପାନବାସୀ ମୂଳତଃ ବୌଦ୍ଧ ଧର୍ମାବଲମ୍ବୀ ହୋଇଥିବା ବେଳେ ସେମାନେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ବୁଦ୍ଧ, ଦେବୀ ସୁଭଦ୍ରାଙ୍କୁ ଧର୍ମ ଓ ବଡଭାଇ ବଳଭଦ୍ରଙ୍କୁ ସଙ୍ଘ ବୋଲି ବିଚାର କରନ୍ତି । ତେବେ ଏଠାରେ ପାରମ୍ପରିକ ଢଙ୍ଗରେ ଭଜନ କୀର୍ତ୍ତନ ଓ ହରିନାମ ଭିତରେ ଓଡିଆଙ୍କ ଦ୍ୱାରା ଅନୁଷ୍ଠିତ ହୋଇଛି ରଥଯାତ୍ରା ।