କନକ ନ୍ୟୁଜରେ ଲାଲଚନ୍ଦ୍ ଜୁଏଲର୍ସ ପ୍ରାୟୋଜିତ ‘ରଥଯାତ୍ରା’ କୁଇଜରେ ବିଜୟୀ ଦର୍ଶକଙ୍କୁ ସ୍ୱର୍ଣ୍ଣ ମୂଦ୍ରା ପ୍ରଦାନ !

42

କନକ ବ୍ୟୁରୋ : କନକ ନ୍ୟୁଜରେ ଲାଲଚନ୍ଦ୍ ଜୁଏଲର୍ସ ପ୍ରାୟୋଜିତ ‘ରଥଯାତ୍ରା’ କୁଇଜରେ ଭାଗ ନେଇ ବିଜୟୀ ହୋଇଥିବା ଭାଗ୍ୟଶାଳୀ ଦର୍ଶକଙ୍କୁ ସ୍ୱର୍ଣ୍ଣ ମୁଦ୍ରା ପ୍ରଦାନ କରାଯାଇଛି । ଏକ ସ୍ୱତନ୍ତ୍ର ଉତ୍ସବରେ ଲାଲଚନ୍ଦ୍ ଜୁଏଲର୍ସ ପକ୍ଷରୁ ଗତକାଲି ୧୨ ଜଣ ଭାଗ୍ୟଶାଳୀ ବିଜେତାଙ୍କୁ ଏହି ପୁରସ୍କାର ଦିଆଯାଇଛି । ବିଜୟୀ ହୋଇଥିବା ୧୨ ଜଣ ଭାଗ୍ୟଶାଳୀ ପ୍ରତିଯୋଗୀ ହେଲେ- ସୋରର କରିସ୍ମା ପାଣି, କଟକର ଲକ୍ଷ୍ମୀପ୍ରିୟା ମଲିକ, କେନ୍ଦ୍ରାପଡାର ସତ୍ୟସୁନ୍ଦର ମହାପାତ୍ର, ରାଉରକେଲାର ସୁଜିତ କୁମାର ସାହୁ, ଖୋର୍ଦ୍ଧାର ସସ୍ମିତା ସାହୁ, ପୁରୀର ବ୍ରଜ କିଶୋର ମିଶ୍ର, କାକଟପୁର ସୋନାଲି ମିଶ୍ର, ଦାମନଯୋଡ଼ିର ସୂର୍ଯ୍ୟକାନ୍ତ ପତି, ସମ୍ବଲପୁରର ଶ୍ରୀୟା ସାହୁଙ୍କ ସମେତ ମୋଟ୍ ୧୨ ଜଣଙ୍କê ଏହି ସ୍ୱର୍ଣ୍ଣମୂଦ୍ରା ପ୍ରଦାନ କରାଯାଇଛି । ରଥଯାତ୍ରା ସମେତ ବାହୁଡ଼ା, ସୁନାବେଶ ଏବଂ ନୀଳାନ୍ଦ୍ରୀ ବିଜେ ସମୟରେ ଲାଲଚନ୍ଦ୍ ଜୁଏଲର୍ସ ଆନୁକୂଲ୍ୟରେ କନକ ନ୍ୟୁଜ ପକ୍ଷରୁ ଏହି ଅଭିନବ ପ୍ରୟାସ ହୋଇଥିଲା ।