ଆଜି ଶ୍ରୀଜିଉଙ୍କ ନବଯୌବନ ଦର୍ଶନ ! ମନ୍ଦିର ଭିତରେ ସ୍ୱତନ୍ତ୍ର ନୀତି

34

କନକ ବ୍ୟୁରୋ: ଆଜି ମହାପ୍ରଭୁଙ୍କ ନବଯୌବନ ଦର୍ଶନ । ଶ୍ରୀଜିଉଙ୍କ ନବଯୌବନ ପ୍ରାପ୍ତି ପରେ ହେବ ଏହି ଦର୍ଶନ । ଦୀର୍ଘଦିନ ଅଣସର ଘରେ ରହିବା ପରେ ସୁସ୍ଥ ହୋଇଛନ୍ତି ମହାପ୍ରଭୁ । ଶ୍ରୀଜିଉଙ୍କ ନବଯୌବନ ପାଇଁ ଅଣସର ପିଣ୍ଡିରେ ସମସ୍ତ ପ୍ରସ୍ତୁତି ସରିଛି ।

ଗତକାଲି ଶ୍ରୀଜିଉଙ୍କ ବନକଲାଗି ହେବା ସହ ଏହି କାମ ଶେଷ ହୋଇଛି । ଏପଟେ ରଥଖଳାରେ ରଥନିର୍ମାଣ ଶେଷ ପର୍ଯ୍ୟାୟରେ । ଆସନ୍ତାକାଲି ପ୍ରଭୁଙ୍କ ପବିତ୍ର ଘୋଷଯାତ୍ରା । ସେବାୟତମାନେ ନିଜ ନିଜ କାମରେ ବ୍ୟସ୍ତ ଅଛନ୍ତି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –